ଗଞ୍ଜାମ, (ବାଘୁଆବାର୍ତ୍ତା): ମା ସିଂହାସନୀ ପୀଠରେ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ପାଳନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପହଞ୍ଚି ମା ସିଂହାସନୀଙ୍କ ପୀଠର ବିଭିନ୍ନ ସ୍ଥାନ ପରିଦର୍ସନ କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ତତସହିତ ଉକ୍ତ ପୀଠରେ ଆହୁରୀ କେମିତି ଉନ୍ନତି କରାଯାଇ ପାରିବ ସେନେଇ ମଧ୍ୟ ଛାତ୍ରପୁର ଉପ ଜିଲ୍ଲାପାଳ, ପୁରୁଷତ୍ତୋମପୁର ଏସଡିପିଓ, ପୋଲସରା ବିଡିଓ, ତହସିଲଦାର, ଥାନା ଅଧିକାରୀ ଓ ମା ସଂହାସନୀ ଉନ୍ନୟନ କମିଟିର ସମସ୍ତ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।





