ଓଡ଼ଗାଁ(ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ସ୍ଥାନୀୟ କୁରାଳ ଗ୍ରାମର ବାଗଦେବୀ ପୀଠଠାରେ ସମସ୍ତ ଟ୍ରାକ୍ଟର ମାଲିକମାନଙ୍କୁ ନେଇ ମା ରାମଚଣ୍ଡୀ ଟ୍ରାକ୍ଟର ମାଲିକ ସଂଘ ଗଠିତ ହୋଇଅଛି ..ଉକ୍ତ ସଭାରେ ସର୍ବସମ୍ମତି କ୍ରମେ ଅନୁଷ୍ଠାନର ସଭାପତି ରୂପେ ରାଜକିଶୋର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ କୈଳାସ ଚନ୍ଦ୍ର ଖଟେଇଙ୍କୁ ସମ୍ପାଦକ ରୂପେ ଚୟନ କରାଯାଇଅଛି ।ବର୍ତ୍ତମାନ ବର୍ଦ୍ଧିତ ଡିଜେଲ ଦରକୁଦୃଷ୍ଟିରେ ରଖି ମାଲିକମାନେ କ୍ଷତି ସହୁଥିବା ବେଳେ ଆଗାମୀ ଦିନରେ ଟ୍ରାକ୍ଟର ଭଡ଼ା ବଢାଇବା ସହ ସମସ୍ତେ ଏକ(ସମାନ) ଭଡ଼ା କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଅଛି ।ଆଜିର କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକ ଯୋଗଦେଇଥିବା ଜଣାପଡିଛି ।





