Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର

by ସଞ୍ଜୟ ସ୍ୱାଇଁ
April 5, 2021
in Feature News
ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର
380
VIEWS
Share on FacebookShare on Twitter

ଯୋଦ୍ଧପୁର,(ବାଘୁଆବାର୍ତ୍ତା):  ରାଜସ୍ଥାନର ଯୋଦ୍ଧପୁରଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ। ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦି ମା’କ୍ଷୀର ଯୋଗାଇ ଦିଆଯାଇପାରିବ ତେବେ ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ୬ ଗୁଣା କମାଇ ଦିଆଯାଇପାରିବ ବୋଲି ଏକ ମେଡିକାଲ ରିପୋର୍ଟରେ ପ୍ରକାଶିତ ।

‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି କି ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ । ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଯାହାକି ମା’ ମାନଙ୍କର ଘରକୁ ଯାଇ କ୍ଷୀର ସଂଗ୍ରହ କରିବ । ଏହି କ୍ଷୀର ଭଣ୍ଡାରକୁ ସେହି ମା’ମାନେ କ୍ଷୀର ଦାନ କରିପାରିବେ, ଯେଉଁମାନଙ୍କ ଶିଶୁ ରୋଗରେ ପୀଡିତ କିମ୍ବା ସେମାନଙ୍କର ମୃତ ଶିଶୁ ଜନ୍ମ ଦେଇଛନ୍ତି ।

କହିରଖୁ କି ଅପରିପକ୍ୱତା, ବିନା ମା’ରେ ନବଜାତ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡ଼ିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ । ଡାକ୍ତରମାନଙ୍କ କହିବା ମୁତାବକ ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!