Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ଦକ୍ଷିଣକାଳୀ ମନ୍ଦିରରେ ଲାଗିବ ପିତ୍ତଳ କବାଟ

by ସଞ୍ଜୟ ସ୍ୱାଇଁ
June 8, 2025
in Nayagarh
ମା’ ଦକ୍ଷିଣକାଳୀ ମନ୍ଦିରରେ ଲାଗିବ ପିତ୍ତଳ କବାଟ
20
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁରୁଣାସହରଠାରେ ଅବସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ମୁଖ୍ୟ କବାଟକୁ ପିତ୍ତଳରେ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ରବିବାର ପୂର୍ବାହ୍ନରେ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଅନୁମାନ କରାଯାଇଛି । ଭକ୍ତଙ୍କ ଦାନ ସୁତ୍ରରୁ ଏହି କବାଟ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ କହିଛନ୍ତି । ଆଜି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ କମିଟି ବୈଠକରେ ସମ୍ପାଦକ କିଷାନ ଦାଶ, ଉପସଭାପତି ଦାଶରଥି ସାହୁ, ଲକ୍ଷ୍ମୀଧର ମହାପାତ୍ର, କୋଷାଧ୍ୟକ୍ଷ କମଳ କୁମାର ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଥିଲେ । ଏହା ସହିତ ମନ୍ଦିରର ଆୟବୃଦ୍ଧି, ଆଗାମୀ ପଣାଯାତ୍ରା ଏବଂ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୁଲିସ, ଅଗ୍ନିଶମ ବିଭାଗ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ଦେବୋତ୍ତର ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!