Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ବୁତ ମନ୍ଦିରରୁ ଟେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି

by ସଞ୍ଜୟ ସ୍ୱାଇଁ
December 16, 2024
in Crime, State
ଦୁର୍ବୁତ ମନ୍ଦିରରୁ ଟେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି
78
VIEWS
Share on FacebookShare on Twitter

କବିସୂର୍ଯ୍ୟନଗର, (ବାଘୁଆବାର୍ତ୍ତା): ଚୋରଙ୍କ ଟାର୍ଗେଟରେ ଗଞ୍ଜାମ ଜିଲାର ଦେବାଦେବୀ ମନ୍ଦିର। ବିଭିନ୍ନ ମନ୍ଦିରରୁ ଦେବାଦେବୀଙ୍କ ସୁନାରୁପା ଅଳଙ୍କାର ଚୋରି ଘଟଣା ଘଟୁଥିଲା। ଏବେ ମନ୍ଦିରରୁ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହେଲାଣି। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗରରେ। ରବିବାର ରାତିରେ ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି। ଏହା ସମସ୍ତଙ୍କୁ ବିସ୍ମିତ କରିଛି l ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଛନଭିନ ଆରମ୍ଭ କରିଛି। କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରେ ପଶି କେତେକ ଦୁର୍ବୃତ୍ତ କେଉଁ କାଳରୁ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ମା’ କନକଦୁର୍ଗାଙ୍କ ମୂର୍ତ୍ତି ସମେତ ୯ଟି ମୂର୍ତ୍ତି ଚୋରି କରି ନେଇଛନ୍ତି। ଏନେଇ ମନ୍ଦିର ପୂଜାରୀ ଥାନାରେ ଅଭିଯୋଗ କରିଛନ୍ତି। ସବୁଦିନ ଭଳି ରବିବାର ପୂଜାରୀ ସନ୍ଧ୍ୟାରେ ନୀତି ସାରି ମନ୍ଦିରରେ ଚାବି ପକାଇ ଘରକୁ ଯାଇଥିଲେ l ରାତିରେ କେତେଜଣ ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଭିତରକୁ ପଶି ପୂଜା ପାଉଥିବା ସମସ୍ତ ୯ଟି ମୂର୍ତ୍ତି ଚୋରି କରି ନେଇଯାଇଲେ। ସୋମବାର ସଂକ୍ରାନ୍ତି ହେତୁ ବହୁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନ୍ଦିରରେ ଭିଡ଼ ଜମିଥିଲା l ମାତ୍ର ମନ୍ଦିରରେ ଠାକୁର ନ ଥିଲେ। ଶ୍ରଦ୍ଧାଳୁମାନେ ଦର୍ଶନ କରି ନ ପାରି ନିରାଶରେ ଘରକୁ ଫେରିଥିଲେ l ସୂଚନାଯୋଗ୍ୟ, କବିସୂର୍ଯ୍ୟ ନଗର ଛିନ୍ନମସ୍ତା ମନ୍ଦିରରୁ ଚୋରି, ସୋରଡ଼ା ୩ଟି ମନ୍ଦିରରୁ ଚୋରି, ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ଘଟଣା ପରେ ପୁଣି କବି ସୂର୍ଯ୍ୟନଗରର ଆଠଗଡପାଟଣାସ୍ଥିତ କନକଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଛି। ଅନ୍ୟ ମନ୍ଦିରଗୁଡିକରୁ ଟଙ୍କା, ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ବେଳେ କନକଦୁର୍ଗାଙ୍କ ମନ୍ଦିରରୁ ଦୁର୍ବତ୍ତମାନେ ଠାକୁରଙ୍କ ମୂର୍ତ୍ତି ଚୋରି କରି ନେଇଛନ୍ତି। ପୋଲିସ ତୁରନ୍ତ ସମ୍ପୃକ୍ତ ଚୋରଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!