ଚେନ୍ନାଇ, (ବାଘୁଆବାର୍ତ୍ତା): ମାଲେସିଆର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଏମ ମଣିକନ୍ଦନଙ୍କୁ ଗିରଫ କରାଯାଇଛି । ଚେନ୍ନାଇ ପୋଲିସ ତାଙ୍କୁ ବାଙ୍ଗାଲୋରରୁ ଗିରଫ କରିଛି । ମାଲେସିଆର ମହିଳା ଅଭିଯୋଗ କରିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ମଣିକାନ୍ଦନ ବିବାହ ବାହାନା କରି ତାଙ୍କୁ ବଳାତ୍କାର କରିଥିଲେ । ତାଙ୍କୁ ସେ ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ତାମିଲନାଡୁ ସରକାରରେ ଆଇଟି ମନ୍ତ୍ରୀ ରହିସାରିଥିବା ମାଣିକନ୍ଦନଙ୍କ ବିଷୟରେ ମହିଳା ଜଣକ କହିଛନ୍ତି ଯେ ବଳାତ୍କାର ପରେ ଗର୍ଭବତୀ ହେବାପରେ ତାଙ୍କୁ ଗର୍ଭପାତ କରାଇବାକୁ ଚାପ ଦିଆଯାଇଥିଲା । ଏ ସମ୍ପର୍କରେ ମାଣିକାନ୍ଦନ କହିଥିଲେ ଯେ ମହିଳାଙ୍କ ବିନା ଅନୁମତିରେ ଗର୍ଭପାତ କରାଇଥିବା ନେଇ ତାଙ୍କ ବିରୋଧରେ ଏକ ଭୁଲ ମାମଲା ରୁଜୁ ହୋଇଛି । ଯଦିଓ ପରେ ମାଣିକନ୍ଦନ ଗର୍ଭପାତ କରିଥିବା ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି, କିନ୍ତୁ ପ୍ରଥମେ ସେ ମହିଳାଙ୍କୁ ଚିହ୍ନିବା ପାଇଁ ମନା କରିଦେଇଥିଲେ । ସେ କହିଥିଲେ ଯେ ସେ ଏହି ମହିଳାଙ୍କୁ ଜାଣନ୍ତି ନାହିଁ । ତେବେ ଏହି ମାମଲା ବଢୁଥିବା ଦେଖି ସେ ମାଡ୍ରାସ ହାଇକୋର୍ଟରେ ଏକ ଜାମିନ ଆବେଦନ ମଧ୍ୟ କରିଥିଲେ । ଯାହା ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେବେଠାରୁ ସେ ଗିରଫକୁ ଏଡ଼ାଇବାକୁ ଚେଷ୍ଟା କରୁଥିଲେ ।






