Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ବଙ୍ଗୀୟ ମହିଳା ଲୁଟେରା ଗିରଫ

by ସଞ୍ଜୟ ସ୍ୱାଇଁ
September 16, 2021
in Crime, Nayagarh
ଦୁଇ ବଙ୍ଗୀୟ ମହିଳା ଲୁଟେରା ଗିରଫ
264
VIEWS
Share on FacebookShare on Twitter

ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସ ଦୁଇ ଜଣ ବଙ୍ଗୀୟ ମହିଳାଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ କରିଛି । ମହିଳା ଦୁଇ ଜଣ ପଶ୍ଚିମ ବଙ୍ଗ ମେଦିନପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାମ ଗୋପନ ରଖାଯାଇଛି । ସୂଚନାନୁସାରେ, ଚାନ୍ଦପୁର ଅଞ୍ଚଳରେ ଚୋରୀ ଡକାୟତୀ ଘଟଣା ଘଟି ଚାଲିଥିବା ବେଳେ ତାହା ପୁଲିସ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିଲା । ଗତକାଲି ଚାନ୍ଦପୁର ସୁଶାନ୍ତ ନାୟକଙ୍କ ଘରୁ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରିବା ସମୟରେ ଦୁଇ ଜଣ ମହିଳା ସୁଶାନ୍ତଙ୍କ ଘରେ ପଶିଥିବା ଜାଣିବାକୁ ପାଇଥିଲେ । ପୁଲିସ ବହୁ ଖୋଜା ଖୋଜି କରିବା ପରେ ଏକ ବୁଦା ମୁଳେ ଦୁଇ ମହିଳା ଲୁଚିଥିବା ଦେଖାଯାଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ଅଣାଯିବା ସହ ଲୁ କରିଥିବା ସମସ୍ତ ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଥିବା ସୂଚନା ମିଳିଛି । ମହିଳାଙ୍କଠାରୁ ୪୨ ଗ୍ରାମ ସୁନା ଏବଂ ୫୩୯ ରୂପା ଅଳଙ୍କାର ଉଦ୍ଧାର କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୨ ଲକ୍ଷ ୧୬ ହଜାର ହେବ ବୋଲି ଆକଳନ କରାଯାଇଛି । ମହିଳା ଦୁଇ ଜଣଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଚାନ୍ଦପୁର ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଚାନ୍ଦପୁର ଥାନା ପୁଲିସ ୧୨ ଘଣ୍ଟା ମଧ୍ୟରେ ମହିଳାଙ୍କୁ ଗିରଫ କରିବା ଏବଂ ସୁନା ଅଳଙ୍କାର ଉଦ୍ଧାର କରିବା ଘଟଣାକୁ ନେଇ ଆଜି ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆ ପ୍ରଶଂସା କରି ଟ୍ୟୁଟ୍ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!