ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ପୋଲିସକୁ ଲୁଟାରଙ୍କ ଖିଲମଖୁଲ୍ଲା ଚ୍ୟାଲେଞ୍ଜ । ଓଡ଼ଗାଁ ଆଦର୍ଶ ଥାନା ଅଂଚଳରୁ ମାତ୍ର ୧୦୦ମିଟର ଦୂରରେ ବାଇକ ଡିକି ଭାଙ୍ଗି ୩୦ ହଜାର ଟଙ୍କା ସମେତ ପାସବୁକ, ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଲୁଟି ନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଅଛି । ସୂଚନା ଅନୁଯାୟୀ ପନ୍ତିଖାରି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ଦାସ ଆଜି ସ୍ଥାନୀୟ ୟୁନିଅନ ଶାଖାରୁ ୩୦ ହଜାର ଟଙ୍କା ଉଠାଇ ନିଜ ଡିକିରେ ରଖି ଓଡ଼ଗାଁ ଏନ.ଏସି ସମ୍ମୁଖ ଏବଂ ଥାନା ନିକଟରେ ଥିବା ଅମୂଲ ପାର୍ଲର ମଧ୍ୟକୁ ଯାଇଥିବାବେଳେ ଦୁର୍ବୁର୍ତ୍ତ ମାନେ ତତ୍କ୍ଷଣାତ ବାଇକ ଡିକି ଭାଙ୍ଗି ଲୁଟ କରିବାରେ ସକ୍ଷମ ହୋଇଥିଲେ ।





