ନୟାଗଡ଼,(ବାଘୁଆବାର୍ତ୍ତା): ଘର ମାଲିକକୁ ଦେଲେ ମିଠା । ମିଠାଖାଇ ବେହୋସ ଘର ମାଲିକ । ତା’ପରେ ଘରମାଲିକ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ଏନେଇ ଘରମାଲିକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଅଞ୍ଚଳରେ । ସୂଚନାନୁସାରେ, ବିବିଗୁଡ଼ା ସଦର ମହକୁମା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କ ଘରେ ଜଣେ ବ୍ୟକ୍ତି ଘରଭଡ଼ା ନେଇଥିଲେ । ଆଜି ଏହାର ଫାଇଦା ଉଠାବାକୁ ଯାଇ ଭଡ଼ାଟିଆ ଜଣକର ଚାକିରୀ ହୋଇଥିବା ଖୁସିରେ ଘରମାଲିକଙ୍କ ପରିବାରକୁ ମିଠା ଖାଇବାକୁ ଦେଇଥିଲେ । ତେବେ ମିଠା ଖାଇବା ପରେ ଘରମାଲିକ ସହିତ ତାଙ୍କ ପରିବାର ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସେହି ସମୟ ଭିତରେ ଭଡ଼ାଟିଆ ଜଣକ ଘରେ କଳାକନା ବୁଲାଇ ୩୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ନେଇ ଘରମାଲିକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।





