ନୟାଗଡ଼,(ବାଘୁଆବାର୍ତ୍ତା) : ବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି 3 ଲକ୍ଷ ଟଙ୍କା ଲୁଟ l ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ବ୍ୟାଙ୍କ ସିସିଟିଭି କ୍ୟାମେରାରେ l ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ l ଗଣିଆ ଥାନା ଅଧୀନ ବେଲପାଟଣା ଗ୍ରାମର ଟିକିନି ମହାପାତ୍ର ନିଜ ଦୋକାନରୁ 3 ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲି l ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବାଇକ ରଖି ବ୍ୟାଙ୍କକୁ କିଛି କାମରେ ଆସିଥିଲେ l ପରେ କାମ ସାରି ବାଇକ ପାଖକୁ ଆସିଲା ବେଳକୁ ତାଙ୍କ ଡ଼ିକିରେ ଥିବା ୩ ଲକ୍ଷ ଟଙ୍କା ଲୁଟ ହୋଇସାରିଛି l ସିସିଟିଭି ଫୁଟେଜ ଆଧାରରେ ଲୁଟେରା କୁ ଖୋଜିବାକୁ ପୋଲିସ ପ୍ରୟାସ ଆରମ୍ଭ କରି ଦେଇଛି । ବ୍ୟାଙ୍କ ସିସିଟିଭିରୁ ମିଳିଥିବା ଫୁଟେଜ ଅନୁସାରେ 2 ଟି ବାଇକରେ 4 ଜଣ ଦୁବୁର୍ତ୍ତ ଆସିଥିବା ବେଳେ ଧଳା ସାର୍ଟ ପିନ୍ଧିଥିବା ଦୁବୁର୍ତ୍ତ ଜଣକ ଡ଼ିକି ଭାଙ୍ଗି ଟଙ୍କା ଲୁଟ କରିଥିବା ଦେଖାଯାଇଛି l ଏ ନେଇ ଟିକିନା ମହାପାତ୍ର ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l






