ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ ଲୁହା ରଡ଼ ଚୋରୀ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଦଶପଲ୍ଲା ଥାନା ଅନ୍ତର୍ଗତ ଖଣ୍ଡପଡ଼ାର ତ୍ରିନାଥ ପାଳ, ମଧ୍ୟଖଣ୍ଡ ଗ୍ରାମର ସନ୍ତୋଷ ପାଳ, ଗଣିଆ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଚିତ୍ତରଞ୍ଜନ ନାୟକ, ଦଶପଲ୍ଲା ଥାନା ପଥୁରିଆ ଗ୍ରାମର ରଞ୍ଜନ ବେହେରା । ଏହି ବ୍ୟକ୍ତିମାନେ ଜାତୀୟ ରାଜପଥ କଡ଼ରେ ଲାଗୁଥିବା ସୁରକ୍ଷା ବାଡ଼ରୁ ଲୁହା ରଡ଼ କାଟି ଚୋରୀ କରୁଥିଲେ । ଏନେଇ ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହ ଲୁହା ରଡ଼ ଉଦ୍ଧାର କରିଛି ।





