Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା

by ସଞ୍ଜୟ ସ୍ୱାଇଁ
October 2, 2021
in State
ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା
60
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ସିଡ଼ିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ନାଁରେ ଅଭିଯୋଗ କଲେ ଗ୍ୟାସ୍‌ ବିତରକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଥିବା ୧୬୧ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା ଅଭିଯୋଗ ଆସିଛି । ଖବର ଅନୁଯାୟୀ, ବ୍ଲକରେ ୧୬୧ଟି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ୭ହଜାର ୧ ଶହ ଟଙ୍କା ଅନୁସାରେ ଗ୍ୟାସ ସରଞ୍ଜାମ ଯୋଗାଇବାକୁ ଜିଲ୍ଲାପାଳ ପାଟଣା ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଟଣା ସିଡିପିଓ ବ୍ଲକରେ ଥିବା ୩ଟି ଗ୍ୟାସ- ସୁନାମୁଖୀ ,ସିଦ୍ଧସ୍ୱାମୀ ଓ ଜୟଶ୍ରୀରାମ ଗ୍ୟାସ ଏଜେନ୍ସିଙ୍କୁ ଚିଠି କରି ଯୋଗାଇବାକୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପାଟଣାରେ ଥିବା ୧୬୧ଟି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର କାନନ ଏଚପି ଗ୍ୟାସ ଏଜେନ୍ସି ବିନା କୌଣସି କାଗଜ ପତ୍ରରେ ଗ୍ୟାସ ଯୋଗାଉଥିଲେ । ସିଡିପିଓଙ୍କ ବାହାର ଜିଲ୍ଲାର ଏଜେନ୍ସିଙ୍କ ସହ ଭିତିରିଆ ବୁଝାମଣା କରି ଗ୍ୟାସ ଯୋଗାଣରେ ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି ଗ୍ୟାସ ବିତରକ । ଏ ସମ୍ପର୍କରେ ପାଟଣା ସିଡିପିଓଙ୍କ ମତାମତ ନେବାରୁ କ୍ୟାମେରା ଦେଖି ଦୌଡ଼ି ପଳାଇକୁ ଚେଷ୍ଟା କରିଥିଲେ । ପରେ ଶୀଘ୍ର ଗ୍ୟାସ ଯୋଗାଇବା ପାଇଁ ନିର୍ଦେଶ ଆସିବାରୁ ଅଙ୍ଗନବାଡି କର୍ମୀଙ୍କୁ ଗ୍ୟାସ କିଣିବା ପାଇଁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି। ଅନ୍ୟପଟେ ପାଟଣା ଯୋଗାଣ ନିରୀକ୍ଷକ ବିଦ୍ୟୁତଲତା ନାଏକଙ୍କୁ ପଚାରିବାରୁ , ସେ କହିଥିଲେ କି ଅଭିଯୋଗ ଆସିଛି ଏନେଇ ଯୋଗାଣ ବିଭାଗ ପକ୍ଷରୁ ସ୍କ୍ୱାର୍ଡ ଗଠନ କରାଯାଇଛି । ବାହାର ଜିଲ୍ଲାରୁ ଗ୍ୟାସ ଆସୁଥିଲେ ଚଢ଼ାଉ କରାଯିବ ବୋଲି କହିଛନ୍ତି। ଘଟଣାର ତଦନ୍ତ କରି ସିଡିପିଓ ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ୟାସ ବିତରକ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!