Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଭଲିନାଙ୍କ ଅଲିମ୍ପିକ ପଦକ ପାଇଁ ହେଲା ପକ୍କା ସଡ଼କ

by ସଞ୍ଜୟ ସ୍ୱାଇଁ
August 3, 2021
in NATIONAL NEWS, Sports
ଲଭଲିନାଙ୍କ ଅଲିମ୍ପିକ ପଦକ ପାଇଁ ହେଲା ପକ୍କା ସଡ଼କ
234
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ବକ୍ସର ଲଭଲିନା ବୋର୍ଗୋହେନ୍ଙ୍କ ଗାଁକୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ସମଗ୍ର ବିଶ୍ୱ ସମ୍ମୁଖରେ ଭାରତୀୟ ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ୨୩ ବର୍ଷୀୟ ବକ୍ସରଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଆସାମ । ଟୋକିଓ ଅଲିମ୍ପିକ୍ସରେ ଭାରତର ଦ୍ୱିତୀୟ ପଦକ ସୁନିଶ୍ଚିତ କରିଥିବା ଲଭଲିନାଙ୍କ ଗାଁକୁ ରାସ୍ତା ନଥିଲା । ଭାରତର ପୂର୍ବୀୟ କୋଣ ଆସାମର ଅପରିଚିତ ଗାଁ ବାରମୁଠିଆର ଏକ ଚାଷୀ ପରିବାରରୁ ଆସିଥିବା ଲଭଲିନା ନିଜ ପଦାର୍ପଣରେ ପଦକ ହାସଲର ରେକର୍ଡ କରିଛନ୍ତି । ଜୁଲାଇ ୩୦ ତାରିଖରେ ଚାଇନିଜ ତାଇପେର ନିଏନ୍ ଚିନ୍ ଚେନଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିବା ସହିତ ଏକ ପଦକ ନିଶ୍ଚିତ କରିଥିଲେ ଲଭଲିନା । ବୁଧବାର ଲଭଲିନାଙ୍କ ସେମି ଫାଇନାଲ ମୁକାବିଲା ରହିଛି । ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କ ବିପକ୍ଷରେ ଲଭଲିନା ଲଢେଇରେ ଉପନୀତ ହେବେ । ତେବେ ଲଭଲିନାଙ୍କ ପାଇଁ ଏହି ମୁକାବିଲା ଏତେଟା ସହଜସାଧ୍ୟ ମନେ ହେଉନାହିଁ । ଆସାମର ସୁନାଝିଅ ପଦକ ଆଣି ଫେରିବା ପରେ ଗାଁକୁ ଫେରିବ । ଏଭଳି ସ୍ଥିତିରେ ଗାଁକୁ ଯିବା ପାଇଁ ରହିଥିବା ୩.୫ କିମିର ମାଟି ରାସ୍ତାକୁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ପକ୍କା କରାଯାଇଛି । ୨୩ ବର୍ଷୀୟ ଲଭଲିନା ପ୍ରାରମ୍ଭରୁ ମୁଏ ଥାଇରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଆସାମର ବାରମୁଠିଆକୁ ବିଶ୍ୱ ମାନଚିତ୍ରରେ ପରିଚୟ ପ୍ରଦାନ କରିଥିଲେ ଆସାମର ପ୍ରଥମ ମହିଳା ବକ୍ସର । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲଭଲିନାଙ୍କ ପାଇଁ ଏକ ସାଇକେଲ ରାଲି କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!