ନୟାଗଡ଼,(ବାଘୁଆବାର୍ତ୍ତା): ଜାତକ ନ ସୁଝିବାରୁ ଜୀବନ ହାରିଲେ ପ୍ରେମୀଯୁଗଳ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁମାରବନ୍ଧ ପୁଲସି ଫାଣ୍ଡି ରେଙ୍ଗାଳି କିଷାନପଡ଼ା ଗାଁରେ । ଜାତକ ନ ସୁଝିବାରୁ ପରିବାର ଲୋକେ ବିବାହ କରାଇ ଦେବାକୁ ଅମଙ୍ଗ ହେବାରୁ ପ୍ରେମୀଯୁଗଳ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିôବା ଜଣାପଡ଼ିଛି । ସୂଚନା ମୁତାବକ, ରେଙ୍ଗାଲି କିଶାନପଡ଼ାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ କିଶାନ(୨୭) ସମ୍ବଲପୁର ଜୁନକର୍ମା ସୁମତୀ ପିଙ୍ଗ(୨୨) ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ଗୋଟିଏ ଜାତିର ହୋଇଥିବାରୁ ପରିବାରକୁ ମଧ୍ୟ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ ଏବଂ ବିବାହ ପାଇଁ ପରିବାର ଲୋକେ ମଧ୍ୟ ରାଜି ହୋଇଥିଲେ । ବାଧକ ସାଜିଲା ଜାତକ ସୁଝା । ଜାତକ ନ ସୁଝିବାରୁ ଉଭୟ ପରିବାର ବିବାହ ପାଇଁ ରାଜି ହୋଇନଥିଲେ । ଯୁବକଙ୍କ ପରିବାର ଲୋକେ ଯୁବକଙ୍କ ବିବାହ ଅନ୍ୟ ଜାଗାରେ ଠିକ୍ କରିଦେଲେ । ଆସନ୍ତା ମେ ୫ ତାରିଖରେ ବିବାହ ପାଇଁ ଲଗ୍ନ ସ୍ଥିର ମଧ୍ୟ ହୋଇଥିଲା । ଯୁବକର ଏହି ବାହାଘରେ କୌଣସି ପ୍ରକାରର ଇଛାନଥିଲା । ଫଳରେ ପ୍ରେମିକାକୁ ବାଇକ୍ ଯୋଗେ ନିଜ ଘରକୁ ଆଣିଥିଲା । ପ୍ରେମିକା ସୁମତୀଙ୍କ ସହ ତାଙ୍କର ବାହାଘର କରିବାକୁ ପରିବାର ଲୋକଙ୍କ ପାଖରେ ଜିଦ୍ ଧରିଥିଲେ । ବାହାଘର ନେଇ ରବିବାର ସନ୍ଧ୍ୟାରେ ପଡ଼ାଲୋକ ଓ ଜାତିଭାଇଙ୍କୁ ନେଇ ଏକ ସଭା କରାଯାଇଥିଲା । ସଭାରେ ସୁବ୍ରତ ଓ ସୁମତୀଙ୍କ ବିବାହ ହୋଇ ପାରିବ ନାହିଁ ବୋଲି ଫଇସଲା ହୋଇଥିଲା । ଫଳରେ ଏଭଳି ଫଇସଲା ଶୁଣିବା ପରେ ସୁବ୍ରତ ଓ ସୁମତୀ ଏକ କୋଠରୀରେ ଭରିତପଟୁ କବାଟ କିଳି ଦଉଡ଼ି ଲଗାଇ ସାଙ୍ଗ ହୋଇ ଆତ୍ମହତ୍ୟା କରିଛନ୍ତି । ସକାଳ ହେବାରୁ ପରିବାର ଲୋକେ ଘର ଭିତରୁ କୌଣସି ଶବ୍ଦ ନହେବାରୁ ଘରର କବାଟ ଖୋଲିଥିଲେ । କବାଟ ଖୋଳି ଦେଖିôବା ବେଳକୁ ଘର ଭିତରେ ୨ ଜଣଙ୍କ ମୃତଦେହ ଝୁଲୁଥିଲା । ଘଟଣାସ୍ଥଳରେ କୁମ୍ଭାରବଦ୍ଧା ଫାଣ୍ଡି ଅଧିକାରୀ ପହଞ୍ôଚ ଛାନ୍ଭିନ୍ ଜାରି ରଖିଛନ୍ତି । ଏପରିକି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।





