ନୟାଗଡ଼, (ବାଘୁଆବାର୍ତ୍ତା): ମିଛ ସଂପର୍କରେ ହେଉଥିଲା ମିଛ ଜନ୍ମଦିନ । ୩୫ଜଣ ଗର୍ଲଫ୍ରେଣ୍ଡ ପାଇଁ ପ୍ରେମିକର ବଦଳୁଥିଲା ଜନ୍ମ ତାରିଖ । ପ୍ରେମିକାମାନଙ୍କ ସହିତ ଚାଟିଂ-ଡେଟିଂ କରି ସେମାନଙ୍କ ଠାରୁ ହାତୋଉଥିଲା ନାମିଦାମୀ ଗିପ୍ଟି । ୩୫ ପ୍ରେମିକାଙ୍କ ପାଇଁ ୩୫ଜନ୍ମ ତାରିଖ ଦେଉଥିଲେ ପ୍ରେମିକ ପ୍ରବର । ସମସ୍ତ ପ୍ରେମିକାଙ୍କ ପାଇଁ ନୂଆ ତାରିଖ ପାଲଟିଥିଲା ଜନ୍ମ ତାରିଖ । ତେବେ ଚୋର ଘର ସଦା ବେଳେ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକିତ ହୁଏ । ସେହିପରି ଭାବେ ଧୋକାବାଜ୍ ପ୍ରେମିକର ମିଛ ଜନ୍ମ ତାରିଖ ପ୍ରେମିକା ମାନଙ୍କ ପାଖରେ ଧରା ପଡିଯାଇଛି । ସୂଚନାନୁସାରେ, ୩୯ବର୍ଷୀୟ ମିୟାଗାୱା ୩୫ଜଣ ମହିଳା ଓ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ । ୩୫ଜଣ ମହିଳାଙ୍କ ପାଇଁ ମିୟାଗାୱା ନିଜର ଜନ୍ମ ତାରିଖ ବଦଳାଇ ପ୍ରେମିକା ମାନଙ୍କ ଠାରୁ ନାମିଦାମି ଉପହାର ହଡପ୍ କରୁଥିଲେ । ପ୍ରେମିକା ମାନଙ୍କ ପାଖରେ ପ୍ରେମିକ ମିୟାଗାୱା ଧରା ପଡିବା ପରେ ପ୍ରେମିକା ମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।





