Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମରେ କଳଙ୍କ, ବିବାହର ଦିନକ ପରେ ଛାଡ଼ି ଚାଲିଗଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
January 28, 2025
in Crime, State
ପ୍ରେମରେ କଳଙ୍କ, ବିବାହର ଦିନକ ପରେ ଛାଡ଼ି ଚାଲିଗଲା ପ୍ରେମିକ
138
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପ୍ରେମ ଥିଲା ଚାରି ବର୍ଷର ପୁରୁଣା । ତିନି ମାସ ତଳୁ ପ୍ରେମିକା ଅନ୍ତଃସତ୍ତ୍ୱା । ତେର ଦିନ ତଳେ ପ୍ରେମୀ ଯୁଗଳ କଲେ ପ୍ରେମ ବିବାହ । ଘର ଲୋକେ ସ୍ୱୀକାର ନକରିବାରୁ ଉଭୟ ଭଡ଼ାଘରେ ରହିଲେ । କିନ୍ତୁ ବିବାହର ଗୋଟିଏ ଦିନ ପରେ ପ୍ରେମିକାକୁ ଛାଡ଼ି ନିଜ ଘରକୁ ଚାଲିଗଲା ପ୍ରେମିକ । ଆଉ ଏହାପରେ ଗର୍ଭବତୀ ପ୍ରେମିକା ଏବେ ହଟହଟା ହେଉଛି । ଶେଷରେ ଅନ୍ତଃସତ୍ତ୍ୱା ଯୁବତୀ ଜଣକ ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି । ସମୁଦ୍ର କୂଳ ଥାନା ଅଧୀନ ବାଲିସାହି ହରିଜନ ବସ୍ତିରେ ଉଭୟ ଯୁବକ ଯୁବତୀଙ୍କ ଘର । ଦୁହିଁଙ୍କୁ ବୟସ ୧୯ ବର୍ଷ । ୪ ବର୍ଷ ତଳୁ ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ୩ ମାସର ଗର୍ଭବତୀ ଥିବା ବେଳେ ବିବାହ କରିବାକୁ ଜିଦ୍ କରିଥିଲେ । କିନ୍ତୁ ଯୁବକର ପରିବାର ଲୋକେ ଅରାଜି ଥିବାରୁ ଉଭୟ ଚନ୍ଦନପୁର ଥାନା ଅଧୀନ ବଢ଼େଇ ମନ୍ଦିରରେ ଗତ ୧୩ ତାରିଖରେ ବିବାହ କରିଥିଲେ । ଦୁହେଁ ଭଡ଼ା ଘରେ ରହୁଥିବା ବେଳେ ୧୪ ତାରିଖରେ ଯୁବକକୁ ତା’ ଭିଣୋଇ ଘରକୁ ଡାକି ନେଇଥିଲା । ଘରେ କଥା ହୋଇ ଯୁବତୀକୁ ନେଇଯିବ ବୋଲି ପ୍ରତିଶ୍ରୁତି ଦେଇ ପରିବାର ଲୋକଙ୍କ ପାଖକୁ ଯାଇଥିଲା ଯୁବକ । କିନ୍ତୁ ପରେ ଆଉ ଫେରିନଥିଲା । ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ରହିଯିବାରୁ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଡାକି ଯୁବକ ଘରକୁ ଯାଇଥିଲେ । ହେଲେ ଯୁବକର ପରିବାର ଲୋକେ ଘରେ ପୂରାଇବାକୁ ମନା କରି ତଡ଼ି ଦେଇଥିଲେ । ଏପରିକି ଘରକୁ ଆସିଲେ ନିଆଁରେ ଜାଳି ହତ୍ୟା କରିବାକୁ ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!