ରାଇରଙ୍ଗପୁର (ବାଘୁଆବାର୍ତ୍ତା): ନିଜ ସ୍ତ୍ରୀକୁ ନପଚାରି ପ୍ରେମିକା ସହିତ କରୁଥିଲେ ଲାସଲୀଳା । ସ୍ତ୍ରୀ ଅଭିଯୋଗ କରିବାରୁ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ । ଅଭିଯୁକ୍ତ ନିର୍ଦ୍ଦେଶକକୁ ଗିରଫ କଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ରାଇରଙ୍ଗପୁର ଦୁବୁଲାବେଡା ସ୍ଥିତ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ବିବାହିତ ହୋଇ ମଧ୍ୟ ଅନ୍ୟ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ । ଏପରିକି ମହାବିଦ୍ୟାଳୟରେ ଯୁବତୀଙ୍କୁ ନେଇ ଅନୈତିକ କାରବାର ଚାଲୁଥିବା ଓ ଏହାକୁ ତାଙ୍କ ସ୍ତ୍ରୀ ବିରୋଧ କରିବାରୁ ନିର୍ୟାତନା ଦେବା ନେଇ ଅଭିଯୋଗ ହୋଇଛି । ଏହା ସହିତ ଉମାକାନ୍ତ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହୁଥିବା ଅଭିଯୋଗ ମଧ୍ୟ କରିଥିଲେ ତାଙ୍କ ସ୍ତ୍ରୀ । ତେବେ ସୋମବାର ଦିନ ପୁଣି ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ଉମାକାନ୍ତ ନିଜ ପ୍ରେମିକା ସହିତ ମିଶି କିରୋସିନି ଢାଳି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଅଭିଯୋଗ ପାଇ ପୋଲିସ ଉମାକାନ୍ତ ମହାନ୍ତଙ୍କ ସମେତ ସମ୍ପୃକ୍ତ ଯୁବତୀକୁ ଗିରଫ କରି ତଦନ୍ତ କରୁଛି ।






