ବାଲିକୁଦା, (ବାଘୁଆବାର୍ତ୍ତା): ୮ ବର୍ଷର ପୁଅକୁ ଛାଡ଼ି ଡ୍ରାଇଭର ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ଜଣେ ମହିଳା । ଲାଟ୍ରିନ ଯିବା ବାହାନାରେ କରି ଫେରାର ହୋଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି। ବାଲିକୁଦା ଥାନା ଅଞ୍ଚଳର ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ୧୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କର ୮ ବର୍ଷର ଏକ ପୁତ୍ର ସନ୍ତାନ ଅଛି । ତଥାପି ଏହି ମହିଳା ଜଣକ ତାଙ୍କ ପ୍ରେମିକ ସହିତ ଲାଟ୍ରିନ ଯିବା ବାହାନାରେ ଘରୁ ଚାଲି ଯାଇଥିବା ତାଙ୍କ ସ୍ୱାମୀ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ମହିଳା ଜଣକ ଘରୁ ଯିବା ବେଳେ ତାଙ୍କ ପାଖରେ ଥିବା ୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି।





