ନୟାଗଡ଼, (ବାଘୁଆବାର୍ତ୍ତା): ରାସ କରୁଥିଲେ ଭିଣୋଇ । ତାହା ପୁଣି ଆଉ କାହା ସାଙ୍ଗେ ନୁହେଁ, ଖୋଦ୍ ନିଜ ଶାଳୀ ସହିତ କରିଥିଲେ ପାପ ଦୁଷ୍କର୍ମ । ଦୁଷ୍କର୍ମ ତ କଲେ, ଯେତେ ବେଳେ ଶାଳୀର ବିବାହ ସ୍ଥିର ହେଲା ସେହି ଭିଣୋଇ ଜଣକ ଦୁଷ୍କର୍ମ କରିଥିବାର ଅଶ୍ଲୀଳ ଭିଡିଓକୁ ଭାଇରାଲ କରିଥିଲା । ଯାହାକୁ ନେଇ ଶାଳୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡଛି । ଏଭଳି ଘଟଣା ଘଟିଛି ଜୟପଡୁର ଅଞ୍ଚଳରେ । ସୂଚନାନୁସାରେ, ପିଡିତା ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଅଟନ୍ତି । ରାଜସ୍ଥାନର ଭରତପୁରରେ ରହୁଥିବା ୨୧ବର୍ଷିୟା ପିଡିତାକୁ ତାଙ୍କ ନିଜ ଭିଣୋଇ ବୁଲେଇ ନେବାର ପ୍ରଲଭୋନ ଦେଖାଇ ଅଲୱାର ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ଖାଇବାରେ ନିଶା ଦେଇ ଭିଣୋଇ ଜଣକ ଶାଳୀ ସହିତ ୩ଦିନ ପର୍ଯ୍ୟନ୍ତ ଶାରୀରିକ ସଂପର୍କ ରଖିଥିଲା । ତା’ପରେ ଶାଳୀକୁ ଆଣି ଷ୍ଟେସନ୍ ଛାଡି ଫେରାର ହୋଇଯାଇଥିଲା ଭିଣୋଇ । ଏପରିକି ଶାଳୀର ବିବାହ ସ୍ଥିର ହୋଇଥିବା ବେଳେ ବିବାହ ପୂର୍ବରୁ ଶାଳୀ ସହିତ କରିଥିବା ଦୁଷ୍କର୍ମର ଭିଡିଓ ରେକଡିଂ ଭାଇରାଲ କରିଥିଲା । ଏହା ଶାଳୀ ଯାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲା । ପୁଲିସ ମାମଲା ଋଜୁ କରି ତଦନ୍ତ କରି ଅଭିଯୁକ୍ତ ଭିଣୋଇକୁ ଗିରଫ କରିଥିବା ଜଣାପଡିଛି ।





