ବେଗୁନିଆ (ବାଘୁଆବାର୍ତ୍ତା): ସ୍ତ୍ରୀକୁ ନିର୍ଯାତନା ଦେବା ସହ ୪ ଲକ୍ଷ ଟଙ୍କା ନେଇ ଫେରାର ସ୍ବାମୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ପ୍ରେମ, ବିବାହ ଓ ପ୍ରତାରଣାକୁ ନେଇ ଆସିଛି ଅଭିଯୋଗ । ୨୦୧୭ ମସିହାରେ ଭୁବନେଶ୍ବର ଭରତପୁର ଅଞ୍ଚଳର ସରୋଜ କୁମାର ମହାନ୍ତି ଓ ବେଗୁନିଆ ଲୋକିପୁର ଗାଁର ଉଷାରାଣୀ ଛୁଆଳସିଂହଙ୍କୁ ପ୍ରେମ ବିବାହ କରିଥିଲେ । ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ସ୍ବାମୀ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ ପତ୍ନୀ ।





