ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରେମ ପାଇଁ ପ୍ରପୋଜାଲ ଦେଲେ, ପ୍ରେମ କଲେ । ପ୍ରେମ ନିବିଡ ହେବାରୁ ପ୍ରେମିକା ସହିତ ରାତି ରାତି ବିତାଇଥିଲା ଲମ୍ପଟ ପ୍ରେମିକ । ବିବାହର କଥା ଉଠିଲା ବେଳେକୁ ପ୍ରେମିକ ଜଣକ ପ୍ରେମିକାକୁ ସାଥିରେ ଭୁବନେଶ୍ୱର ନେଇ ସେଠାରେ ଥିବା ବନ୍ଧୁଙ୍କ ଘରେ କିଛିଦିନ ରହିବା ପରେ ବିବାହ ନକରି ପୁଣି ଆଣି ଘରେ ଛାଡି ଦେଇଥିଲା । ବିବାହର ନା ଧରିଲେ ସୃଷ୍ଟି କରୁଥିଲା ପ୍ରଳୟ । ମୁଁ ସରପଞ୍ଚର ପୁଅ । ଯେଉଁଥି ପାଇଁ ଏଥିରେ ଅତିଷ୍ଠ ହୋଇ ପିଡିତା ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲା । ହେଲେ ପ୍ରେମିକ ଜଣକ ସରପଞ୍ଚର ପୁଅ ହୋଇଥିବା ଥାନା ବାବୁ ଥାନାରେ ମାମଲା ଋଜୁ କରି ଚୁପ୍ ହୋଇଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଞ୍ଚଳରେ । ପ୍ରେମିକର ଏଭଳି ବର୍ବରତା ଦେଖିବା ପରେ ମଧ୍ୟ ପୁଲିସ୍ ଚୁପ୍ ହୋଇଯିବା ପୁଲିସର କାର୍ଯ୍ୟଦକ୍ଷତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।






