Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହ ହେଲା କାଳ, ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ ଅଭିଯୋଗ, ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
May 31, 2021
in Crime, State
ପ୍ରେମ ବିବାହ ହେଲା କାଳ, ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ ଅଭିଯୋଗ, ଥାନାରେ ମାମଲା
320
VIEWS
Share on FacebookShare on Twitter

ଉଦଳା (ବାଘୁଆବାର୍ତ୍ତା): ନିଶା ନିବାରଣ କେନ୍ଦ୍ର ବିରୋଧରେ ସାଂଘାତିକ ଅଭିଯୋଗ । ପରିବାରର ଚାପରେ ଜଣେ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରକୁ ଆଣି ସେଠାରେ ତାଙ୍କୁ ଦିଆଯାଇଛି ଅକଥନୀୟ ନିର୍ୟାତନା । ଏହାକୁ ନେଇ ଯୁବକ ଜଣକ ଅଭିଯୋଗ କରିଛନ୍ତି । ରାଜବରହମପୁର ଥାନା ଟାଙ୍ଗଣା ଗ୍ରାମର ଯୁବକ ସୁମନ ରାଏ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ ପରେ ଘର ଲୋକେ ବିରୋଧ କରିବା ସହିତ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଉଦଳା ଥାନା ଅଧିନରେ ଥିବା ଆଶା ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ । ଯୁବକଙ୍କୁ ବିଚ୍‌ ରାସ୍ତାରୁ ଏକ କାରରେ ଜବରଦସ୍ତି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଏବଂ ମାଲିକ ସୁମନଙ୍କୁ ମାରପିଟ କରି ଗାଡିରେ ଭର୍ତ୍ତି କରି ନିଶା ନିବାରଣ କେନ୍ଦ୍ରରେ ଆଣି ରଖିଥିଲେ । ସେଠାରେ ତାଙ୍କୁ ଖାଇବାକୁ ନ ଦେବା ସହିତ ତାଙ୍କ ହାତଗୋଡ ବାନ୍ଧି ଦେଇ ଏକ ଘର ଭିତରେ ଭର୍ତ୍ତି କରି ଦେଇଥିଲେ । ଏପରିକି ସେ ବିବାହ କରିଥିବା ଯୁବତୀଙ୍କୁ ଛାଡିଲେ ଯାଇ ତାଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକ୍ତି କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏପରିକି ନିର୍ୟ୍ୟାତନା ସହି ନପାରି ସୁମନ ଫିନାଇଲ ପିଇ ଗୁରୁତର ହୋଇଥିବା ବେଳେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ପୁଣି ଫିନାଇଲ ଆଣି ପିଇବାକୁ କହିଥିଲେ । ଏପରିକି ନିଶା ନିବାରଣ କେନ୍ଦ୍ରରେ ତାଙ୍କର ମୃତ୍ୟୁ ହେଲେ ସୁଦ୍ଧା କେହି ତାଙ୍କର କିଛି କରିପାରିବେ ନାହିଁ ବୋଲି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ କହିଥିଲେ । ସୁମନଙ୍କ ସାଙ୍ଗ କିଛି ଦିନ ପରେ ସୁମନଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକୁଳାଇବା ପରେ ତାଙ୍କ ପ୍ରତି କେନ୍ଦ୍ରରେ ହୋଇଥିବା ଅକଥନୀୟ ଅତ୍ୟାଚାରକୁ ନେଇ ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ସୁମନଙ୍କୁ ହାତଗୋଡ ବାନ୍ଧି ପକାଇ ରଖିବା ସହିତ ନିସ୍ତୁକ ମାଡ ମଧ୍ୟ ମରାଯାଇଥିବା ଅଭିଯୋଗ କରିଛନ୍ତି ସୁମନ । ଘଟଣା ବାବଦରେ ନିଶା ନିବାରଣ କେନ୍ଦ୍ର ଅଧିକାରୀ ବିଭିନ୍ନ ବାହାନା ଦେଖାଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!