Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶୀ ଯୁବତୀଙ୍କୁ ବିବାହ କରିବାକୁ ଦେଶ ଛାଡିଲେ ଯୁବକ

by ସଞ୍ଜୟ ସ୍ୱାଇଁ
June 28, 2021
in Crime, NATIONAL NEWS
ବାଂଲାଦେଶୀ ଯୁବତୀଙ୍କୁ ବିବାହ କରିବାକୁ ଦେଶ ଛାଡିଲେ ଯୁବକ
163
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ପ୍ରେମିକାଙ୍କୁ ବିବାହ କରିବାକୁ ବେଆଇନ ଭାବେ ଭାରତରୁ ସୀମା ଡେଇଁ ବାଂଲାଦେଶ ଯିବା ଜଣେ ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି। ବାଂଲାଦେଶର ବିବାହ କରି ଭାରତ ଫେରିବା ପରେ ବିଏସ୍‌ଏଫ ଯବାନମାନେ ଦମ୍ପତିଙ୍କୁ ଗିରଫ କରିଛନ୍ତି। ସେମାନେ ବେଆଇନ ଭାବେ ସୀମା ପାର କରିଥିବାରୁ ଉଭୟଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେମାନେ ନବବିବାହିତ ବୋଲି କହିଛନ୍ତି। ଉଭୟଙ୍କ ଦେଖା ଅନଲାଇନ ଜରିଆରେ ହୋଇଥିଲା। ଏହାପରେ ଏହି ଦେଖା ସାକ୍ଷାତ ପ୍ରେମ ଓ ଶେଷରେ ସୀମା ବିବାହର ରୂପ ନେଇଛି। ଗିରଫ ଭାରତୀୟ ଜଣଙ୍କ ହେଉଛନ୍ତି ୨୪ ବର୍ଷୀୟ ଜାଇକାନ୍ତ ଚନ୍ଦ୍ର ରାୟ। ତାଙ୍କ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ବଲ୍ଲଭପୁର ଗାଁରେ। ବାଂଲାଦେଶୀ ଯୁବତୀ ଜଣଙ୍କ ହେଉଛନ୍ତି ପରିଣୀତି(ଛଦ୍ମନାମ)। ତାଙ୍କ ଘର ବାଂଲାଦେଶର ନେରଲିରେ। ଜୁନ୍‌ ୨୬ରେ ଗୁଇନ୍ଦା ସୂଚନା ମିଳିବା ପରେ ମାଧୁପର ସୀମାରେ ମୁତୟନ ୮୨ ବାଟାଲିୟନ ଯବାନମାନେ ଆଲର୍ଟ ହୋଇଯାଇଥିଲେ। ଅପରାହ୍ନ ୪.୧୫ରେ ଦମ୍ପତିଙ୍କୁ ଯବାନମାନେ ସୀମାନ୍ତ ରାସ୍ତାରେ ଠାବ କରିଥିଲେ। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପରେ ପରିଚୟ ସାର୍ବଜନୀନ କରିବାକୁ କହିଥିଲେ। ଯୁବକ ଜଣଙ୍କ ନିଜକୁ ଭାରତୀୟ ବୋଲି କହିଥିବା ବେଳେ ଯୁବତୀ ଜଣଙ୍କ ନିଜର ପରିଚୟ ସାର୍ବଜନୀନ କରି ନଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ନିଜ ହେପାଜତକୁ ନେଇ ଯାଇଥିଲେ। ଜେରା ବେଳେ ଜାଇକାନ୍ତ କହିଛନ୍ତି, ସେ ଓ ପରିଣୀତି ପରସ୍ପରକୁ ଫେସବୁକରେ ଭେଟିଥିଲେ। ମାର୍ଚ୍ଚ ୮ ତାରିଖରେ ସେ ବ୍ରୋକର ଅପ୍ପୁ ସହାୟତାରେ ବାଂଲାଦେଶରେ ପ୍ରବେଶ କରିଥିଲେ। ମାର୍ଚ୍ଚ ୧୦ରେ ସେ ପରିଣୀତିଙ୍କୁ ବିବାହ କରି ଜୁନ୍‌ ୨୫ ଯାଏ ବାଂଲାଦେଶରେ ହିଁ ରହିଥିଲେ। ପରିଣୀତି ତାଙ୍କ ବିବୃତିରେ କହିଛି ଯେ ସେ ବାଂଲାଦେଶ ନାଗରିକ। ଏବେ ସେ ତାଙ୍କ ସ୍ୱାମୀ ଜାଇକାନ୍ତଙ୍କ ସହ ଭାରତ ଯାଉଛନ୍ତି। ସେମାନେ ବାଂଲା ମୁଦ୍ରା ୧୦ ହଜାର ଟାକା ରାଜୁ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଦେବା ପରେ ସେ ଉଭୟଙ୍କୁ ସୀମା ପାର କରିବାରେ ସହଯୋଗ କରିଥିଲେ। ବିଏସ୍‌ଏଫ ଯବାନ ଓ ପୁଲିସ୍‌ ପକ୍ଷରୁ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରାଯାଉଛି। ସୀମାରେ ଏଭଳି ଅନୁପ୍ରବେଶ ରୋକିବାକୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଥିଲେ ହେଁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!