ନୟାଗଡ଼,(ବାଘୁଆବାର୍ତ୍ତା); ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବେଣାଗାଡ଼ିଆ ପଞ୍ଚାୟତର ପଥରଦ୍ୱାର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଆଗରେ ତାଙ୍କ ପ୍ରେମୀକା ଧାରଣା ଦେଇଛନ୍ତି । କିଛିଦିନ ତଳେ ଯୁବକ ଜଣଙ୍କୁ ଯୁବତୀଙ୍କୁ ନେଇ କେଉଁ ଆଡ଼େ ଚାଲି ଯାଇଥିଲେ । ତେବେ ଗତ ୬ତାରିଖ ସନ୍ଧ୍ୟାରେ ଆଲୋକ ଗ୍ରାମକୁ ଯିବା କହି ଯୁବତୀଙ୍କୁ ସଙ୍ଗରେ ଧରି ଗ୍ରାମରେ ପହଁଚିଥିଲା । ମାତ୍ର ଘରକୁ ନଯାଇ ସଂପୃକ୍ତ ଯୁବତୀକୁ ଗ୍ରାମରେ ଛାଡ଼ି ଦେଇ ଅନ୍ୟତ୍ର ଚାଲି ଯାଇଥିଲା । ଯାହାକୁ ନେଇ ଯୁବତୀ ଯୁବକଙ୍କ ଘର ସାମନାରେ ଧାରଣା ଦେଇଥିବା ଜଣାଯାଇଛି ।






