Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତି ହେଲା ବାଧକ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

by ସଞ୍ଜୟ ସ୍ୱାଇଁ
June 19, 2021
in Crime, Lifestyle, State
ଜାତି ହେଲା ବାଧକ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
441
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି।’ ଲଭ, ସେକ୍ସ, ଧୋକାରେ ଶିକାର ହେବା ପରେ ପ୍ରେମିକର ଘର ଆଗରେ କିରାସିନି ବୋତଲ ଓ ଦିଆସିଲ୍‌ ଧରି ଏପରି ହାଇଡ୍ରାମା କରିଛି ପ୍ରେମିକା। ନ୍ୟାୟ ନମିଳିବା ଯାଏଁ ଧାରଣାରୁ ଉଠିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା। ପରେ ଗାଁ ଲୋକଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ଏପରି ଅଭିଯୋଗ ବଲାଙ୍ଗିରି ଜିଲ୍ଲାରୁ ଆସିଛି। ପୂରା ଘଟଣା ଏମିତି। ରୋତ କଲେଜରେ ପାଠ ପଢୁଥିଲେ ପ୍ରାଚୀ (ଛଦ୍ମନାମ)। ସେ କଳାସର ଗାଁର ପିଣ୍ଟୁ ଚନ୍ଦନଙ୍କୁ ଭଲ ପାଉଥିଲେ। ଚନ୍ଦନ ମଧ୍ୟ ପ୍ରାଚୀଙ୍କୁ ବହୁ ଭଲ ପାଉଥିଲେ। ଚନ୍ଦନଙ୍କ ପ୍ରେମରେ ବାୟା ହୋଇ ପ୍ରାଚୀ ନିଜର ସର୍ବଶ୍ୱ ଅର୍ପଣ କରିଦେଇ ଥିଲେ। ଆଉ ଏହା ସୁଯୋଗ ନେଇ ପ୍ରାଚୀ ସହିତ ଚନ୍ଦନ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ଏହି ପ୍ରେମ ସମ୍ପର୍କ ଚାଲିଲା ଲୁଚା ଛପାରେ। ଧୀରେ ଧୀରେ ଚନ୍ଦନ-ପ୍ରାଚୀଙ୍କ ଗୁପ୍ତ ପ୍ରେମ ସମ୍ପର୍କ ପ୍ରଘଟ ହେଲା। ଉଭୟ ପରିବାର ଜାଣିଲେ। ହେଲେ ଏହି ନିରୁଳା ପ୍ରେମରେ ପ୍ରତିବନ୍ଧକ ସାଜିଲା ଜାତି ପ୍ରଥା। ଉଭୟ ପରିବାର ବିରୋଧ କରିବାରୁ ଅଡୁଆରେ ପଡ଼ି ଯାଇଥିଲେ ଏହି ଲଭ୍‌ ବାର୍ଡ। ପ୍ରେମରେ ପାଚେରୀ ସୃଷ୍ଟି ହେବାରୁ ଦୁହେଁ ଘରୁ ପଳାଇଯିବାକୁ ନିଷ୍ପତ୍ତି ନେଲେ । ଗତବର୍ଷ ଜୁଲାଇ ୯ ତାରିଖ ରାତିରେ ପ୍ରେମିକ ଚନ୍ଦନ ଏକ କାର ଧରି ପହଞ୍ଚିଲେ ପ୍ରେମିକାଙ୍କ ଘର ନିକଟରେ। ପୂର୍ବ ଯୋଜନା ମୁତାବକ ପ୍ରେମିକା ଘରୁ ୭୦୦୦ ଟଙ୍କା ଧରି ଚନ୍ଦନ ସହିତ ଫେରାର ହୋଇଯାଇଥିଲେ। ଚନ୍ଦନ ମଧ୍ୟ ଘରୁ ୪୦ ହଜାର ଟଙ୍କା ଆଣିଥିଲେ। ଦୁହେଁ ଝାରସୁଗୁଡା ଜିଲ୍ଲାର ବେଲପାହାଡକୁ ପଳାଇ ଯାଇଥିଲେ। ସେଠାରେ ଏକ ଘର ଭଡା ନେଇ ଉଭୟ ପତି-ପତ୍ନୀ ହୋଇ ରହୁଥିଲେ। ଅନ୍ୟପଟେ ଉଭୟ ପରିବାର ଲୋକେ ଫେରାର ସଂର୍ପକରେ ସାଲେଭଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବେଲପାହାଡରେ ୪ ମାସ ରହିବା ପରେ ଗତ ନଭେମ୍ୱର ୯ ତାରିଖ ସଂନ୍ଧ୍ୟା ଜଳଖିଆ ଆଣିବାକୁ ଯାଇ ଫେରାର ମାରିଥିଲା ପ୍ରେମିକ ଚନ୍ଦନ। ପ୍ରେମିକା ପ୍ରାଚୀ ବହୁ ଅପେକ୍ଷା ଶେଷରେ ନିଜ ବାପାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ପରିବାର ଲୋକେ ଝିଅକୁ ଉଦ୍ଧାର କରି ଆଣିବା ସହିତ ପୁଅକୁ ଖୋଜିଥିଲେ। ସେପଟେ ଚନ୍ଦନଙ୍କ ପରିବାର ଲୋକେ ପୁଅ ଘରେ ନାହିଁ ବୋଲି କହୁଥିଲେ। ସବୁ ଆଡୁ ନିରାଶ ହେବା ପରେ ପ୍ରେମିକାଙ୍କ ପରିବାର ଲୋକେ ସାଲେଭଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପ୍ରେମିକା ପ୍ରାଚୀ ଫୋନରେ ପ୍ରେମିକ ଚନ୍ଦନ ସହିତ ଯୋଗାଯୋଗ କରିଥିଲେ। ଫୋନ୍‌ ରିସିଭ୍‌ କରି ଚନ୍ଦନ କହିଥିଲେ, ତାକୁ ପରିବାର ଲୋକେ ଅନ୍ୟତ୍ର ଲୁଚାଇକି ରଖିଛନ୍ତି, ଅନ୍ୟ ଜାଗାରେ ବାହାଘର କରାଇଦେବା ପାଇଁ ଯୋଜନା କରୁଛନ୍ତି ବୋଲି କହିଥିଲେ। ସେହି ଦିନଠାରୁ ଚନ୍ଦନର ମୋବାଇଲ୍‌ ବନ୍ଦ ରହିଛି। ପୁଲିସ କୌଣସି ପ୍ରକାର ପଦକ୍ଷେପ ନନେବାରୁ ପ୍ରେମିକା ଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ପାଇଲେ ନାହିଁ। ଶେଷରେ ପ୍ରେମିକା କିରୋସିନି ବୋତଲ ଧରି ପ୍ରେମିକର ଘର ଆଗରେ ଧାରଣା ଦେଇଥିଲେ। ‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି’ ବୋଲି ଧମକ ଦେଇଥିଲେ। ଗାଁ ଲୋକେ ବହୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ପ୍ରେମିକା। ସେପଟେ ପ୍ରେମିକ ଚନ୍ଦନ କିମ୍ୱା ତା’ର ପରିବାର ଲୋକେ ଏହି ମାମଲାରେ ମୁହଁ ଖୋଲୁନାହାନ୍ତି।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!