Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମରେ ବିଫଳ ହୋଇ ଅଜବ କାମ କଲେ ପ୍ରେମିକ, ଶେଷରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
June 19, 2021
in Crime, State
ପ୍ରେମରେ ବିଫଳ ହୋଇ ଅଜବ କାମ କଲେ ପ୍ରେମିକ, ଶେଷରେ ବନ୍ଧା ହେଲେ
400
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ ଏବଂ ପରେ ବିଫଳ ହେବାରୁ ଅଶ୍ଲୀଳ ଫଟୋ ଫେସବୁକ୍‌ରେ ଭାଇରାଲ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ଯୋବ୍ରା ଅଞ୍ଚଳର ବାପୁ ବେଉନ(୩୬) । ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ଯୁବତୀ କଟକରେ ଏକ ଘରୋଇ କଲେଜରେ ପଢୁଥିବା ବେଳେ ସଂପୃକ୍ତ ଯୁବକ ତାଙ୍କୁ ଦେଖିଥିଲେ । ପରେ ତାଙ୍କୁ ସେଠାରେ ବାରମ୍ବାର ପିଛା କରିବା ସହ ପ୍ରେମ ନିବେଦନ କରି ଆସୁଥିଲେ । ଏନେଇ ଛାତ୍ରୀ ଜଣଙ୍କ ମନା କରିବାରୁ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେବା ପାଇଁ ଧମକ ଦେଇଥିଲେ । ଶେଷରେ ପରିବାର ଲୋକେ ବାଧ୍ୟ ହୋଇ କଟକ ଛାଡି ଭୁବନେଶ୍ୱରରେ ଆଶ୍ରୟ ନେଇଥିଲେ । ପରେ ସଂପୃକ୍ତ ଅଭିଯୁକ୍ତ ବାପୁ ପିଛା କରି ମଞ୍ଚେଶ୍ୱରରେ ଆସି ମଧ୍ୟ ଧମକ ଦେଇଥିଲେ । ଗତ କିଛି ଦିନ ତଳେ ଯୁବତୀଙ୍କ ଅନ୍ୟତ୍ର ବିବାହ ହୋଇଥିଲା । ଏହି ରାଗ ରଖି ବାପୁ ଯୁବତୀଙ୍କ ଫଟୋ ସଂଗ୍ରହ କରିବା ସହ ଆପ୍‌ ମାଧ୍ୟମରେ ଫଟୋ ଅଶ୍ଲୀଳ କରି ଫେସବୁକ୍‌ରେ ଭାଇରାଲ କରିଥିଲେ । ଏନେଇ ଯୁବତୀଙ୍କ ବାପା ଜାଣିବା ପରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୁଲିସର ଏକ ଟିମ୍‌ ଆଜି କଟକ ଯୋବ୍ରା ଅଞ୍ଚଳରେ ଚଢଉ କରିବା ସହ ସଂପୃକ୍ତ ଅଭିଯୁକ୍ତ ବାପୁକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଧାରା ୪୨୦,୨୯୪,୫୦୬, ୬୬ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!