ଭଦ୍ରକ (ବାଘୁଆବାର୍ତ୍ତା): ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଏବେ କିନ୍ତୁ ପ୍ରତାରଣା କରୁଛି । ପ୍ରେମିକ ଠାରୁ ପ୍ରତିରାତି ହେବା ପରେ ପ୍ରେମିକା ଏସପିଙ୍କ ପାଖରେ ଗୁହାରୀ କରିଛି । ଅଭିଯୋଗରୁ ପ୍ରକାଶ, ନିଳୋକ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଦେବାଶିଷ ମହାନ୍ତି ଜଣେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ୩ ବର୍ଷ ଧରି ଭଲ ପାଉଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ତାଙ୍କୁ ଭୁବନେଶ୍ୱର ଓ ଭଦ୍ରକ ବୁଲାଇବାକୁ ନେଇ ଯାଇଥିଲେ । କିନ୍ତୁ ଏବେ ତାଙ୍କୁ ପ୍ରତାରଣା କରି ଫେରାର ହୋଇଯାଇଛି । ଏପରିକି ସାଙ୍ଗମାନଙ୍କ ଜରିଆରେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ପ୍ରେମିକଠାରୁ ପ୍ରତାରିତ ହେବା ପରେ ଯୁବତୀ ଜଣକ ଏନେଇ ବନ୍ତ ଥାନାରେ ଗତ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏଥିସହ ଭଦ୍ରକ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଅଭିଯୋଗ ଶୁଣିବା ପରେ ଅଭିଯୁକ୍ତକୁ ଗିରଫ କରାଯିବା ପାଇଁ ଥାନା ଅଧିକାରିଣୀଙ୍କୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।






