Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପ୍ରତିଶୃତି ଦେଇ ୧୪ ବର୍ଷ ସମ୍ପର୍କ ରଖିଥିଲେ ବିବାହିତ ବ୍ୟକ୍ତି, ଯୁବତୀଙ୍କୁ ବାହା ନ ହେବାରୁ ନ୍ୟାୟ ପାଇଁ ଓଡ଼ିଶା ଆସିଥିଲେ ଯୁବତୀ

by ସଞ୍ଜୟ ସ୍ୱାଇଁ
September 16, 2022
in Crime, State
ବିବାହ ପ୍ରତିଶୃତି ଦେଇ ୧୪ ବର୍ଷ ସମ୍ପର୍କ ରଖିଥିଲେ ବିବାହିତ ବ୍ୟକ୍ତି, ଯୁବତୀଙ୍କୁ ବାହା ନ ହେବାରୁ ନ୍ୟାୟ ପାଇଁ ଓଡ଼ିଶା ଆସିଥିଲେ ଯୁବତୀ
33
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ଯୁବତୀଙ୍କୁ ବାହା ହେଲେନି। ଫଳରେ ଯୁବତୀ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ। ପ୍ରେମିକାଙ୍କ ଦୁଃଖ ବୁଝିବା ବଦଳରେ ତାଙ୍କୁ ଗାଳିଗୁଲଜକରି ପ୍ରେମିକ ଜଣଙ୍କ ତାଙ୍କ ଘରୁ ତଡ଼ିଦେଇଛନ୍ତି। ପ୍ରେମିକାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ବଲାଙ୍ଗୀରର ମାଲପଡ଼ାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଖବର ଅନୁସାରେ, ଏମଡି ଆଜମ ମଲିକ ନାମକ ବ୍ୟକ୍ତି ଜଣେ ବିହାର୍‌ର ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ତାଙ୍କ ସହିତ କଥା ବାର୍ତ୍ତା ନକରି ସେ ତାଙ୍କୁ ଅନ୍ୟ କେଉଁଠି ବାହାହେବାକୁ କହୁଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଏବେ ଆଜମ ଫୋଜିଙ୍କୁ ହଇରାଣ କରିବା ସହିତ ଅସୁବିଧାରେ ପକାଉଛନ୍ତି ବୋସି ତାଙ୍କ ପରିବାର ଲୋକ କହିଛନ୍ତି। ଖବର ଅନୁସାରେ ଫୌଜୀ ତାଙ୍କ ମାଆ ଓ ଭିଣୋଇଙ୍କ ସହିତ ଆଜମକୁ ଦେଖାକରି ସମାଧାନ ପାଇଁ ବଲାଙ୍ଗୀର ଆସିଥିଲେ। ଆଜମ ଦୋକାନ ବନ୍ଦ କରି ମା ଝିଅଙ୍କ ନାଁରେ ମିଛରେ ପୋଲିସ ପାଖରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଫୌଜୀର ସବୁ ପ୍ରମାଣ ଦେଖିବା ପରେ ତାଙ୍କୁ ଛାଡ଼ିବା ସହ ପାଟଣାରେ ଆଜମ ନାଁ ରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଛି । ଗୁରୁବାର ଦିନ ତମାମ ଆଜମଙ୍କ ଘର ଆଗରେ ତାଙ୍କୁ ଡାକି ସମାଧାନ ପାଇଁ ଚେଷ୍ଟା କରିଥିଲେ ଯୁବତୀ ଓ ତାଙ୍କ ପରିବାର ଚେଷ୍ଠା କରିଥିଲ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଯୁବତୀ ଓ ତାଙ୍କ ପରିବାର ବିହାର ଯାଇ ସେଠାରେ ମାମଲା ରୁଜୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁବତୀଙ୍କ ପରିବାର ବିହାର ଯିବାବେଳେ ଆଜମଙ୍କ ଭାଇ ଓ ପୁଅ ଷ୍ଟେସନକୁ ଆସି କଥାବାର୍ତ୍ତା କରି କିଛି ଜିନିଷ ଦେବା ସହିତ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!