Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକଙ୍କୁ ମାଡ଼ ମାରି ଥାନାରେ ହାଜର କଲେ ପ୍ରେମିକା

by ସଞ୍ଜୟ ସ୍ୱାଇଁ
September 12, 2021
in Crime, State
ପ୍ରେମିକଙ୍କୁ ମାଡ଼ ମାରି ଥାନାରେ ହାଜର କଲେ ପ୍ରେମିକା
137
VIEWS
Share on FacebookShare on Twitter

ମୁନିଗୁଡ଼ା, (ବାଘୁଆବାର୍ତ୍ତା): ମହଙ୍ଗା ପଡିଲା ପ୍ରେମ ପ୍ରତାରଣା। ପ୍ରେମିକଙ୍କୁ ମାଡ଼ ମାରି ଥାନାରେ ହାଜର କଲେ ପ୍ରେମିକା। ପ୍ରେମ ବିବାହ କରି ସ୍ତ୍ରୀକୁ ଧୋକା ଦେଇ ଯୁବକ ହଟହଟା। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିବାରୁ ଖୋଜିଖୋଜି ଆସି ବିଷମକଟକରେ ସ୍ୱାମୀକୁ ଠାବ କରି ପିଟିପିଟି ଥାନାରେ ହାଜର କରିଛନ୍ତି ମହିଳା। ଏଭଳି ଘଟଣା ଘଟିଛି ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମରେ। ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମର ସୁମନ କୁସୁଳିଆ ନାମକ ଜଣେ ଯୁବକ ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଏତିକି ବେଳେ ପାଡେରୁ ଗ୍ରାମର ବେଳସୁରୁ କୁମାରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । କ୍ରମେ ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ । ତେବେ ସୁମନ ଓ ବେଳସୁରୁ ତିନି ମାସ ଏକାଠି ରହିବା ପରେ ସୁମନ ସେଠାରେ କୁମାରୀକୁ ଛାଡି ଗାଁକୁ ଚାଲି ଆସିଥିଲେ । କୁମାରୀଙ୍କ ସହ କୌଣସି ଯୋଗାଯୋଗ ରଖି ନଥିଲେ। ସେହିଦିନ ଠାରୁ କୁମାରୀ ସୁମାନଙ୍କୁ ଖୋଜି ବୁଲୁଥିଲେ । ତେବେ ସୁମନ ବିଷମ କଟକରେ ଅଟୋ ଚଳାଉଥିବା ଜାଣି ପାରି ଏଠାରେ ପହଞ୍ଚିଥିଲେ ଓ ସୁମନକୁ ଧରି ନିର୍ଦ୍ଧୁମ ପିଟିପିଟି ଥାନାରେ ହାଜର କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!