Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକ୍ଷେ ଟଙ୍କା ଦେ ନହେଲେ ଥାନାରେ ଏତାଲା ଦେବି, ନିରୁପାୟ ଯୁବକ ଜଣକ ଶେଷରେ ଦୌଡି ଯାଇ ଥାନାରେ ପହଞ୍ଚିଥିଲେ

by ସଞ୍ଜୟ ସ୍ୱାଇଁ
August 28, 2021
in Crime, State
ଲକ୍ଷେ ଟଙ୍କା ଦେ ନହେଲେ ଥାନାରେ ଏତାଲା ଦେବି, ନିରୁପାୟ ଯୁବକ ଜଣକ ଶେଷରେ ଦୌଡି ଯାଇ ଥାନାରେ ପହଞ୍ଚିଥିଲେ
164
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଟ୍ରିମୋନି(ବିବାହ ମଧ୍ୟସ୍ଥତା) ଆପ୍‌ରେ ଦେଖା ହେଲା । କଥାବାର୍ତ୍ତାରୁ ବନ୍ଧୁତା । ପରେ ପ୍ରେମ ହେଲା । ଯୁବତୀଙ୍କୁ ଦେଖା କରିବାକୁ ପ୍ରେମିକ ପାରାଦୀପରୁ ରାଜଧାନୀକୁ ମାଡି଼ ଆସିଲା । ଉଭୟେ ‘ଓୟୋ’ରେ ଗୋଟିଏ ରୁମ୍‌ରେ ରହିଲେ । ସେଠାରେ ଯୁବତୀଙ୍କ ଅସଲି ରୂପ ପଦାକୁ ଆସିଲା । ଅସଦାଚରଣ ଅଭିଯୋଗରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଡିମାଣ୍ଡ କଲେ, ଲକ୍ଷେ ଟଙ୍କା ଦେ ନହେଲେ ଥାନାରେ ଏତାଲା ଦେବି । ପୁଲିସ ବାନ୍ଧିବଟ୍ଟଏମିତି ଘଟଣା ନୂଆପଲ୍ଲୀ ଇନ୍ଦ୍ରଧନୁ (ଆଇଡି) ମାର୍କେଟରେ ଦେଖିବାକୁ ମିଳିଛି । ସପ୍ତାହେ ତଳେ ‘ସାଦି ଡଟ୍‌ କମ୍‌’ ଅନ୍‌ଲାଇନ୍‌ ଆପ୍‌ରେ ଉଭୟଙ୍କ ଭେଟ ହୋଇଥିଲା । ପୁଅଟି ବେଙ୍ଗାଲୁରୁସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ ଝିଅଟି ଭୁବନେଶ୍ୱରର ଫ୍ୟାସନ୍‌ ଡିଜାଇନିଂ କୋର୍ସ ପରେ ଘରେ ବସିଥିଲେ । ମାଟ୍ରିମୋନି ଆପ୍‌ରେ ପୁଅ-ଝିଅଙ୍କ ପ୍ରୋଫାଇଲ୍‌ ମିଶିବା ପରେ ଉଭୟେ ଫୋନ୍‌ରେ ବେଶ୍‌ କିଛି ଘଣ୍ଟା ଗପିଥିଲେ । ଉଭୟେ ଆଇଡି ମାର୍କେଟରେ ଥିବା ମା’ ମଙ୍ଗଳା ହୋଟେଲରେ ଭେଟିବାକୁ ଯୋଜନା କରିଥିଲେ । ରୁମ୍‌ ନମ୍ବର ୧୦୫ରେ ଉଭୟଙ୍କ ଭେଟଘାଟ ହେଲା । କିନ୍ତୁ କିଛି ସମୟ ପରେ ଯୁବତୀଜଣକ ରୁମ୍‌ରୁ ବାହାରି ଚିଲ୍ଲାଇବାକୁ ଲାଗିଲେ । ଫୋନ୍‌ କରି ଜଣେ ପୁରୁଷବନ୍ଧୁଙ୍କୁ ଡକାଇଲେ । ଆଖପାଖରୁ କିଛି ଲୋକ ଛିଡ଼ା ହୋଇ ତମାସା ଦେଖିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଯୁବତୀଜଣକ ରୁମ୍‌ରେ ଅସଦାଚରଣ ଅଭିଯୋଗ ଆଣି ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପରେ ଯୁବକଙ୍କ ଗାଡି଼ ଚାବି ଛଡ଼ାଇ ନେଇଥିଲେ । ଯୁବକଙ୍କୁ ହୋଟେଲ ରିସେପସନ ଚେୟାରରେ ଜବରଦସ୍ତି ବସାଇ ଥାନାକୁ ଘୋଷାଡି ନେବାକୁ ଧମକ ବି ଦେଲେ । ନିରୁପାୟ ଯୁବକ ଜଣକ ଶେଷରେ ଦୌଡି ଯାଇ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ । ପଛେ ପଛେ ଯୁବତୀ, ତାଙ୍କ ଭଉଣୀ ଓ ପୁରୁଷବନ୍ଧୁ ମଧ୍ୟ ଥାନାକୁ ଯାଇଥିଲେ । ପୁଲିସ କହିଛି, ଓୟୋରେ ଏମିତି ଘଟଣା ଘଟିଛି ସତ । କିନ୍ତୁ ପରେ ଯୁବତୀ କି ଯୁବକ କେହି ଲିଖିତ ଅଭିଯୋଗ କଲେନି । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିଲା ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!