ନୟାଗଡ଼, (ବାଘୁଆବାର୍ତ୍ତା): ଯୁବତୀଙ୍କୁ ପ୍ରେମ କରି ପ୍ରତାରଣା । ବିବାହ କରିବା କହି ରଖିଲା ଶାରୀରିକ ସମ୍ପର୍କ । ହେଲେ ପରେ ଦେଲା ଧୋକା । ଏବେ ସମ୍ପୃକ୍ତ ଯୁବକକୁ ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ତୟାପୁଟ ପଞ୍ଚାୟତର ସାନ୍ତିପଦର ଗ୍ରାମରେ ଜଣେ ୧୯ ବର୍ଷିର୍ଆ ଯୁବତୀ ସହ ପ୍ରଥମେ ପ୍ରେମ ଓ ତାପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଛାଡି ପଳାଉଥିଲା । ସମ୍ପୃକ୍ତ ବିହାରୀ ଯୁବକକୁ ଗିରଫ କରି ଲକ୍ଷ୍ମୀପୁର ପୋଲିସ କୋର୍ଟ ଚାଲାଣ କରିଛି । ବିହାର ଭାବୁଆ ଜିଲ୍ଲାର ଦରୌଲି ଗ୍ରାମର ସ୍ୱର୍ଗତ ଭଗବାନ୍ ସେଠଙ୍କ ପୁଅ ଚନ୍ଦନ କୁମାର ସେଠ(୨୨) । ଚନ୍ଦନ କୁମାର ରାୟଗଡ଼ା ଜିଲ୍ଲା ଟିକିରି ଗ୍ରାମରେ ରହି ପ୍ରତ୍ୟେକ ହାଟ ବୁଲି ଲୁଗାପଟା ବେପାର କରେ ପ୍ରତ୍ୟେକ ସପ୍ତାହ ଶନିବାର ଦିନ ଲକ୍ଷ୍ମୀପୁର ହାଟରେ ମଧ୍ୟ ସିଏ ବେପାର କରିବାକୁ ଆସିଥାଏ । ଲକ୍ଷ୍ମୀପୁର ହାଟରେ ଉକ୍ତ ଯୁବତୀଙ୍କ ସହ ଦେଖା ସାକ୍ଷାତ ହୁଏ । ହାଟରେ ବାରମ୍ବାର ଦେଖା ହେବା ଯୋଗୁଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏଇ ଭଳି ଦୁହେଁ ଦୁହିଁଙ୍କୁ ତିନି ବର୍ଷ ଧରି ପ୍ରେମ କରି ଆସୁଥିଲେ ଆଜକୁ ଏକ ମାସ ତଳେ ଚନ୍ଦନ ଉକ୍ତ ଯୁବତୀକୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଟିକିରି ଗ୍ରାମ ସ୍ଥିତ ନିଜ ଭଡାଘରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲା ପରେ ଯୁବତୀକୁ ଲକ୍ଷ୍ମୀପୁର ବଜାରକୁ ଆଣି ତୁ ତମ ଘରକୁ ପଳା ମୁଁ ପଛକୁ ତତେ ବାହାହେବି ବୋଲି କହି ଛାଡ଼ି ପଳାଇଥିଲା । ଏହାପରେ ନିଜ ଘର ବିହାର ରାଜ୍ୟକୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ଯୁବତୀର ଲିଖିତ ଅଭିଯୋଗ ମୁତାବିକ ଲକ୍ଷ୍ମୀପୁର ପୋଲିସ ଗିରଫ କରିଥିଲା । ଆଜି ଦୁହିଁଙ୍କ ଡାକ୍ତରି ମାଇନା କରାଯାଇଥିବା ବେଳେ କେସ ନମ୍ବର ୫୪/୨୧ ରେ ଏକ ମାମଲା ରୁଜୁ କରି ଯୁବକକୁ କୋର୍ଟ ଚାଲାଣ କରାଯାଇଛି ।





