Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ଫୋନ କରିବା ମହଙ୍ଗା ପଡିଲା, ପ୍ରେମିକାକୁ ଫୋନ୍ କରି ଡାକିଥିଲେ, ପହଞ୍ଚିଗଲେ ଯୁବତୀଙ୍କ ମା

by ସଞ୍ଜୟ ସ୍ୱାଇଁ
July 22, 2021
in State
ପ୍ରେମିକାକୁ ଫୋନ କରିବା ମହଙ୍ଗା ପଡିଲା, ପ୍ରେମିକାକୁ ଫୋନ୍ କରି ଡାକିଥିଲେ, ପହଞ୍ଚିଗଲେ ଯୁବତୀଙ୍କ ମା
272
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ପ୍ରେମିକାକୁ ଫୋନ୍‌ କରି ଡକାଇଥିଲେ । ହେଲେ ପ୍ରେମିକା ତ ଆସିଲେନି । ତାଙ୍କ ମା’ ଖବର ପାଇ ଚାଲିଆସିଥିଲେ । ତା’ ପରେ ବିଚ୍‌ରାସ୍ତାରେ ଚାଲିଲା ହାଇଡ୍ରାମା । ପ୍ରେମିକଙ୍କ ବନ୍ଧୁଙ୍କୁ କାବୁ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ଓ ପରେ ତାଙ୍କୁ ଅର୍ଦ୍ଧଉଲଗ୍ନ କରି ବିଚ୍‌ରାସ୍ତାରେ ପିଟିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରାପଡ଼ା ସହରର ବ୍ଲକ୍‌ରୋଡ୍‌ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ଟାଉନ୍‌ ଥାନାରେ ଏନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସହର ସାନ୍ତସାହି ଅଞ୍ଚଳରେ ଜଣେ ମହିଳା ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ତାଙ୍କ ଘର କଂସାର ଅଞ୍ଚଳରେ । କିଛିଦିନ ହେବ ତାଙ୍କ ଦୋକାନ ଆଗରେ ଥିବା ଫୋନ୍‌ ନମ୍ବର ପାଇ ଏକାଧିକ ଯୁବକ ମହିଳାଙ୍କର ଝିଅଙ୍କ ସହ କଥା ହେଉଥିଲେ । ଏକଦା ଫୋନ୍‌ଟି ମହିଳାଙ୍କ ହାତରେ ପଡ଼ିଯାଇଥିଲା । ଯୁବକ ମହିଳାଙ୍କ ଝିଅଙ୍କ ସହ କଥା ହେଉଥିବା ଭାବିଥିବା ବେଳେ ମହିଳା ଜଣକ ତାଙ୍କୁ ତାଙ୍କର ଦୋକାନ ପାଖକୁ ଦେଖା କରିବାକୁ ଡାକିଥିଲେ । ସମ୍ପୃକ୍ତ ଯୁବକ ଦୋକାନ ପାଖରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା । ଫୋନ୍‌ କରିଥିବା ଯୁବକ ଖସି ଯାଇଥିବା ବେଳେ ତାଙ୍କ ସାଙ୍ଗରେ ଆସିଥିବା ବନ୍ଧୁକୁ ଫୋନ୍‌ ଦେଇ ପଳାଇ ଯାଇଥିଲେ । ତା’ ପରେ ସମ୍ପୃକ୍ତ ମହିଳା ବିଚ୍‌ ରାସ୍ତାରେ ହଙ୍ଗାମା କରିଥିଲେ । ସମ୍ପୃକ୍ତ ଯୁବକଙ୍କୁ ସେ ଟଣାଘୋଷରା କରି ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ । ପରେ ଚୁନରିରେ ବାନ୍ଧିଦେଇ ସମସ୍ତଙ୍କ ସାମ୍ନାରେ ତାଙ୍କୁ ନିସ୍ତୁକ ପିଟିଥିଲେ । ତାଙ୍କ ଫୋନ୍‌ ଛଡ଼ାଇ ରଖି ପରେ ତାଙ୍କୁ ଟାଉନ ପୁଲିସ ଜିମା ଦେଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ନାଗପୁର ଗ୍ରାମରେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!