Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ ମୃତକଙ୍କ ସୁନା ଚେନ ଲୁଟିନେଲେ!

by ସଞ୍ଜୟ ସ୍ୱାଇଁ
June 6, 2021
in Crime, State
କୋଭିଡ ମୃତକଙ୍କ ସୁନା ଚେନ ଲୁଟିନେଲେ!
267
VIEWS
Share on FacebookShare on Twitter

କେନ୍ଦୁଝର (ବାଘୁଆବାର୍ତ୍ତା): କୋଭିଡ ହସ୍ପିଟାଲରେ କିଛି କର୍ମଚାରୀଙ୍କ ଲାଗି ବଦନାମ ହେବାକୁ ପଡୁଛି । ଯାହାର ଜ୍ୱଳନ୍ତ ଉଦାହରଣ କେନ୍ଦୁଝରରେ ଦେଖିବାକୁ ମିଳିଛି । କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଆଡମିସନ ହେବାର ୨ ଦିନ ପରେ ଅର୍ଥାତ ଗତ ମାସ ୧୮ ତାରିଖ ରାତି ୧୧ଟାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୋବାଇଲ ଫୋନ ଏବଂ ବେକରେ ପିନ୍ଧିଥିବା ଚେନ୍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା। ଏ ସଂପର୍କରେ କୃଷ୍ଣଚନ୍ଦ୍ରଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । କୋଭିଡ ହସ୍ପିଟାଲର ଜଣେ କର୍ମଚାରୀ ରାହୁଲ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ମିଶି ମୃତକଙ୍କ ସୁନା ଚେନ, ମୋବାଇଲ ଫୋନ ଓ ନଗଦ ଟଙ୍କା ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। କୋଭିଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ବହୁ ମୃତକଙ୍କଠାରୁ ଅନେକ ସମୟରେ ବିଭିନ୍ନ ସାମଗ୍ରୀ ଲୁଟ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାର ଦାୟିତ୍ୱରେ ଥିବା ଉତ୍କଳ ହସ୍ପିଟାଲର ପଦାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଖଣ୍ଡନ କରି ଆସୁଥିଲେ। ଏନେଇ ଲକ୍ଷ୍ମୀଧର ମାଝୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରୀ ରଖିଥିଲେ। ଆଜି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉତ୍କଳ କେୟାରର କର୍ମଚାରୀ ରାହୁଲ ପ୍ରଧାନଙ୍କ ସମେତ ତାର ସହଯୋଗୀ ଜଗନ୍ନାଥ ବାରିକ ଏବଂ ଜିମିନ୍ଦ୍ର ଦିଗଲକୁ ଗିରଫ କରି ତାଙ୍କଠାରୁ ଚୋରି ହୋଇଥିବା ମୋବାଇଲ ଫୋନ ଜବତ କରିଛି। ତେବେ ଅନ୍ୟ ମୃତକଙ୍କଠାରୁ ଚୋରୀ ହୋଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର ପାଇଁ ପୁଲିସ ଉଦ୍ୟମ ଚଳାଇଛି। କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ୍ ମେଡିକାଲରେ ସିସିଟିଭି ଲଗାଯାଇ ରୋଗୀଙ୍କ ସହିତ ସେମାନଙ୍କ ସଂପର୍କୀୟ ମାନଙ୍କର ଭିଡିଓ ବାର୍ତ୍ତାଳାପ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!