Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ଲୁଟେରା ଗିରଫ, ଗହଣା ଜବତ

by ସଞ୍ଜୟ ସ୍ୱାଇଁ
July 16, 2024
in Crime, Nayagarh, State
ତିନି ଲୁଟେରା ଗିରଫ, ଗହଣା ଜବତ
828
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ପୁଲିସକୁ ମିଳିଛି ବଡ଼ ସଫଳତା । ତିନି ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଫରୁୱାର୍ଡ ହୋଇଛି । ଏଥି ସହିତ ଲୁଟ ହୋଇଥିବା ଗହଣା ଓ ଟଙ୍କାକୁ ପୁଲିସ ଜବତ କରିଛି । ସୁଚନାନୁସାରେ ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ଗୋକୁଳ ଚନ୍ଦ୍ର ନିଶଙ୍କ ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ମହାନ୍ତି ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ନୂଆଗାଁ ଥାନା ଅନ୍ତର୍ଗତ ରାଣୀ ଗାଡିଆ ଛକଠାରୁ ୧୦୦ ମିଟର ଦୁରରେ ତିନି ଜଣ ଅଜଣା ବ୍ୟକ୍ତି ଆସି ସେମାନଙ୍କୁ ଅଟକାଇଥିଲେ । ବନ୍ଧୁକ ଓ ବୋମାର ଭୟ ଦେଖାଇ ଜୀବନରେ ମାରିଦେବାକୁ ଉଦ୍ୟମ କରି ଜ୍ୟୋତ୍ସ୍ନାଙ୍କ ବେକରୁ ଗହଣା, ଭ୍ୟାନିଟ ବ୍ୟାଗ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ । ଏ ନେଇ ଗତ ୧୦ ତାରିଖରେ ଉଭୟ ପତି ପତ୍ନୀ ନୂଆଗାଁ ଥାନାରେ ପହଞ୍ଚି ଏତେଲା ଦେଇଥିଲେ । ନୂଆଗାଁ ପୁଲିସ ପକ୍ଷରୁ ଗାତେରୀ ସମବାୟ ସମିତି ପାଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲେ । ପୁଲିସ ଅଭିଯୁକ୍ତଙ୍କ ଘରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣିଥିଲା । ଅଭିଯୁକ୍ତ ମାନେ ହେଲେ ଇଟାମାଟି ଜଗନ୍ନାଥ ସାହିର ସୁରେନ୍ଦ୍ର ସେଠିଙ୍କ ପୁଅ ଶିବ ସେଠି, ଇଟାମାଟି ଏକଡାଳିଆ ସାହିର ସୁଦର୍ଶନ ବେହେରାଙ୍କ ପୁଅ ଚନ୍ଦନ ବେହେରା ଓ ଇଟାମାଟି ହରିଜନ ସାହିର ଦିନବନ୍ଧୁ ଘଡେଇଙ୍କ ପୁଅ ତରୁଣ ଘଡେଇଙ୍କୁ ପୁଲିସ ଉଠାଇ ଆଣିଥିଲା । ଅଭିଯୁକ୍ତ ମାନେ ଲୁଟ କରିଥିବା ନେଇ ସ୍ୱୀକାର କରିଥିଲେ । ସେମାନଙ୍କ ଠାରୁ ଲୁଟ ଗହଣା ଓ ୨୦୦ ଟଙ୍କା ଜବତ କରାଯାଇଛି । ନୂଆଗାଁ ଥାନାରେ କେସ୍ ନଂ ୧୨୯ ରେ ମାମଲା ରୁଜୁ କରାଯାଇ ତିନି ଜଣଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!