ଜୟପୁର, (ବାଘୁଆବାର୍ତ୍ତା): ଜୟପୁର ଅମ୍ବଗୁଡାରେ ଲୁଟେରାଙ୍କ ଆତଙ୍କ । ମହିଳାଙ୍କ ବେକରୁ ଝାମ୍ପି ନେଇଗଲେ ସୁନା ଚେନ୍। ସକାଳ ୬ଟା ସମୟରେ ଘର ଆଗରେ ଫୁଲ ତୋଳୁଥିବା ବେଳେ ୨ ଜଣ ଦୁବୃର୍ତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇଥିଲେ । ମହିଳା ଜଣକ କିଛି ବୁଝିବା ପୂର୍ବରୁ ସୁନା ଚେନ୍ ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ । ଗତ କିଛି ଦିନ ହେବ ଜୟପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଲୁଟେରା ମାନେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ସକାଳେ ଏକାକୀ ମହିଳାଙ୍କୁ ଦେଖିବା କ୍ଷଣି ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଯାହା ପୂରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।





