ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ପୋଲିସକୁ ବଡ ସଫଳତା। ଉଦ୍ଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି । ତା ସହ ୪ ଟି ବାଇକ, ୬ ଟି ଟ୍ୟାବ, ୯ଟି ଏଟିଏମ ଓ ଗୋଟିଏ ସ୍ମାର୍ଟ ବୋର୍ଡ ଜବତ କରାଯିବା ସହ ୪ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କିଛି ଦିନ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ ସୁନାପାଳି ନିକଟରେ ହୋଇଥିବା ଲୁଟ ଘଟଣାର ତଦନ୍ତ କରି ଏହି ସବୁ ସାମଗ୍ରୀ ଉଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ଏହି ୬ ଜଣିଆ ଡକାୟତ ଗ୍ୟାଙ୍ଗ ରାହାଜାନି ସହ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ପୋଲିସ କହିଛି । ଏନେଇ ବୀରମହରାଜପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।