ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଗନ୍ ପଏଣ୍ଟରେ ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ । ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ଏହି ଟଙ୍କା । ବ୍ଲାଙ୍କ୍ ଫାୟାରିଂ କରି ଲୁଟେରା ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଛି ଟଙ୍କା । କାର୍ ଆଗରେ ଟାଟା-AC ଗାଡ଼ି ରଖି ଲୁଟେରା ନେଇଗଲେ ଟଙ୍କା । ମିଲର କର୍ମଚାରୀ ଏକ କାର୍ ଯୋଗେ ଟଙ୍କା ନେଇ ଯାଉଥିବା ବେଳେ ହଠାତ ଏକ ପଲସର୍ ଗାଡ଼ିରେ ଲୁଟେରା ଆସି ବ୍ଲାଙ୍କ୍ ଫାୟାରିଂ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ । ବାଣପୁର ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି ।





