ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଝରକା ଭାଙ୍ଗି ନେଇଗଲେ ୨୫ ଭରି ସୁନା । ଛତ୍ରପୁର ଥାନା ତୁଳସୀ ନଗର ଚତୁର୍ଥ ଲାଇନ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଚୋରି । ୨୫ ଭରି ସୁନା ସହ ୪୦ ହଜାର ଟଙ୍କା ସହ ରୂପା ଅଳଙ୍କାର ଚୋରି ହୋଇଛି । ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରର ଲୁହା ଝରକା ତାଡି ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଓ ଏଟିଏମ, ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଇଯାଇଛନ୍ତି । ଏ ନେଇ ସେ ମଙ୍ଗଳବାର ସକାଳେ କିଶୋର ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ସୂଚନା ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ପୋଲିସ ଘରେ ଭିତରେ ସ୍ୱାମୀ ଓ ସ୍ତ୍ରୀ ଅନ୍ୟ ଏକ ରୁମ୍ରେ ଶୋଇଥିଵା ବେଳେ ଅନ୍ୟ ରୁମରେ ଥିବା ଆଲମିରାକୁ ତାଡି ସୁନା ରୁପା ଓ ଟଙ୍କା ନେବାରେ ସଫଳ ହୋଇଥିଲେ । ପୁଅ ଓ ଝିଅ ବାହାରେ ରହୁଥିବାରୁ ଘରେ କେବଳ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ ଏହାର ସୁଯୋଗ ନେଇ ଦୃର୍ବତ୍ତ ମାନେ ଚୋରି କରିଥିଲେ । ଛତ୍ରପୁର ଥାନା ଅଂଚଳରେ ବିଗତ କିଛି ମାସ ମଧ୍ୟ୍ୟରେ ବହୁ ଚୋରି ଘଟଣା ଘଟିଥିଲେ ବି ସେମାନଙ୍କ ଟେର ପାଇବାରେ ବିଫଳ ହୋଇଛି ପୋଲିସ । ଏଣୁ ପୋଲିସ ରାତି ସମୟରେ ପେଟ୍ରୋଲିଂକୁ କଡା କଡିକରିବା ନିମନ୍ତେ ଦାବି କରିଛନ୍ତି ଅଂଚଳବାସୀ ।





