ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବନ୍ଧୁ ସାଜିଲା ଲୁଟେରା। ବନ୍ଧୁ ପରିବାରରେ କେହି ନ ଥିବା ବେଳେ ସୁନା ଅଳଙ୍କାର ଧରି ଚମ୍ପଟ ମାରିଲା ଅନ୍ୟ ଜଣେ ବନ୍ଧୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ-୧ ରେ । ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ମୁତାବକ, ଗତ ୫ ତାରିଖ ସକାଳ ୬ଟା ସମୟରେ ସେ ନିଜ ଘର ଚାବିକୁ ଏକ ସନ୍ଦିଗ୍ଧ ସ୍ଥାନରେ ଥୋଇ ଲିଙ୍ଗରାଜ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୨ ଟା ବେଳେ ଆସି ଦେଖିବା ବେଳକୁ ଖଟ ଉପରେ ଜୁଏଲାରୀର କିଛି ଅଂଶ ପଡିଛି। ଏହାକୁ ନେଇ ସନ୍ଦେହ ଜାତ ହେବା ପରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଛି ପୁଲିସ । ଅଭିଯୁକ୍ତର ନାଁ ସନ୍ଦୀପ ଦାସ । ଘର ଡୁମୁଡୁମା ଫେଜ- ୨ । ଦୁହେଁ ଦୁହିଁଙ୍କ ସାଙ୍ଗ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି ପୁଲିସ। ପ୍ରାୟ ୧୦୬ ଗ୍ରାମର ସୁନା ଅଳଙ୍କାର ତାଙ୍କଠାରୁ ଜବତ କରାଯାଇଛି। ସେପଟେ ଘର ଚାବି କୌଣସି ସ୍ଥାନରେ ରଖୁଥିବା ବେଳେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ଏସିପି ତାପସ ପ୍ରଧାନ।





