Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୁ ଚୋରି ହୋଇଗଲା ଟଙ୍କା ଓ ସୁନାଗହଣା, ଟେର୍ ପାଇଲେନି ମା’ଝିଅ

by ସଞ୍ଜୟ ସ୍ୱାଇଁ
August 4, 2024
in Crime, State
ଘରୁ ଚୋରି ହୋଇଗଲା ଟଙ୍କା ଓ ସୁନାଗହଣା, ଟେର୍ ପାଇଲେନି ମା’ଝିଅ
53
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପା ଧଳସାହିରେ ଗତକାଲି ରାତିରେ ଏକ ଘରୁ ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସୁନାଗହଣା ଓ କିଛି ଚାନ୍ଦି ଜିନିଷର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ସେହିଭଳି ଘରେ ଥିବା ନଗଦ ୧୫ରୁ ୨୦ ହଜାର ଟଙ୍କା ଚୋରି ହୋଇଛି। ଏକ କୋଠାର ଦ୍ୱିତୀୟ ମହଲାରେ ରହୁଥିବା ସୁମନ ପଟୱାରୀଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଘରର ପଛ ଭାଗରେ ଥିବା ଏକ ରୁମ୍‌ର ଝରକା ଭାଙ୍ଗି ଓ ସେଥିରେ ଲାଗିଥିବା ଗ୍ରୀଲ ଖୋଲି ଭିତରେ ପ୍ରବେଶ କରିଥିଲେ। ସେମାନେ ସେହି ରୁମ୍‌ରେ ଥିବା ଆଲମିରା ଭାଙ୍ଗି ସୁନାଅଳଙ୍କାର ସହିତ କିଛି ଚାନ୍ଦିର କଏନ ଓ ଅନ୍ୟାନ୍ୟ ଜିନିଷ ନେଇଯାଇଥିଲେ। ଆଲମିରାରେ ଥିବା ନଗଦ ଟଙ୍କା ବି ନେଇ ଯାଇଥିଲେ। ସେତେବେଳେ ପାଖ ରୁମ୍‌ରେ ସୁମନ ପଟୱାରୀ ଓ ତାଙ୍କ ଝିଅ ଶୋଇଥିଲେ ବି କିଛି ଜାଣିପାରି ନଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳକୁ ସୁମନଙ୍କ ଝିଅ ମେହେକ ପଟୱାରୀ ଉଠିଥିଲେ। ସେତେବେଳେ ଯେଉଁ ରୁମ୍‌ରୁ ଚୋରି ହୋଇଥିଲା, ତାହା ଭିତର ପଟୁ ବନ୍ଦ ହୋଇଥିବା ସେ ଦେଖିଥିଲେ। ତେଣୁ ମା’ଝିଅ ଡରି ଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ତଳ ମହଲରେ ରହୁଥିବା ଘର ମାଲିକ ଓ ପାଖରେ ରହୁଥିବା ସେମାନଙ୍କର ଜଣେ ସଂପର୍କୀୟଙ୍କୁ ଖବର ଦେଇଥିଲେ। ପରେ ସମସ୍ତେ ଯାଇ ବନ୍ଦ ଥିବା ରୁମ୍‌ର କବାଟ ବାଡ଼େଇ ଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ସେହି ସମୟରେ ସୁମନଙ୍କ ଦୁଇ ପୁଅ ପହଞ୍ଚିଥିଲେ। ସେମାନେ ଘର ପଛପାଖକୁ ଯାଇ ଯାଞ୍ଚ କରିବା ପରେ ଝରକା ଭଙ୍ଗା ଯାଇଥିବା ଓ ଗ୍ରୀଲ ଖୋଲା ଯାଇଥିବା ଜାଣିବାକୁ ପାଇଥିଲେ। ତା’ପରେ ଘରୁ ଚୋରି ହୋଇଥିବା ଜଣାପଡ଼ିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!