Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଫ୍ରେମରେ ରାହୁଲ୍‌-ଆତିୟାଙ୍କୁ ନେଇ ଚର୍ଚ୍ଚା

by ସଞ୍ଜୟ ସ୍ୱାଇଁ
June 16, 2021
in Lifestyle, NATIONAL NEWS
ଗୋଟିଏ ଫ୍ରେମରେ ରାହୁଲ୍‌-ଆତିୟାଙ୍କୁ ନେଇ ଚର୍ଚ୍ଚା
181
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଓ ବଲିଉଡ୍ ଅଭିନେତ୍ରୀ ଆତିୟା ସେଟ୍ଟୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଦୁହେଁ କେବେବି ନିଜର ଲଭ୍ ଲାଇଫକୁ ସାର୍ବଜନୀନ କରିନାହାନ୍ତି । ଏବେ ରାହୁଲ୍ ଓ ଆତିୟା ପୁଣିଥରେ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି। ଆତିୟା ନିକଟରେ ଇନଷ୍ଟାଗ୍ରାମରେ କେଏଲ୍‌ ରାହୁଲଙ୍କ ସହ ନିଜର କିଛି ବଛା ବଛା ଫଟୋ ଶେଆର୍ କରିଛନ୍ତି । ଫଟୋର ଗୋଟିଏ ଫ୍ରେମରେ ଭାରତୀୟ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରାହୁଲଙ୍କ ସହ ଅଭିନେତ୍ରୀ ଜଣକ ମଧ୍ୟ ନଜର ଆସିଛନ୍ତି। ଦୁହେଁ ଏକ ସନଗ୍ଲାସ୍ ବ୍ରାଣ୍ଡର ଫଟୋ ପାଇଁ ଶୁଟ୍ କରାଇଛନ୍ତି । ଏହି ଫଟୋକୁ ଦେଖି ଫ୍ୟାନ୍ ଏବେ ସେମାନଙ୍କୁ ବିରାଟ୍‌ କୋହଲି ଓ ଅନୁଷ୍କା ଶର୍ମାଙ୍କ ସହ ତୁଳନା କରିଛନ୍ତି। କାରଣ ବଲିଉଡ୍ ଓ କ୍ରିକେଟର ବିଶେଷ ସମ୍ପର୍କ ରହିଛି । କିଛି ଫ୍ୟାନ୍ ଏହି ଫଟୋକୁ ଦେଖି ସେମାନଙ୍କୁ ‘ରାହିୟା’ ନାମରେ ସମ୍ବୋଧିତ କରିଛନ୍ତି । ଭାରତୀୟ କ୍ରିକେଟ୍ ଟିମ୍ ନିଜ ପାର୍ଟନର ଓ ପିଲାମାନଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହାରି ଭିତରେ ଆତିୟା ଏବେ ଯେଉଁ ଫଟୋ ଶେଆର୍ କରିଛନ୍ତି, ତାହା ଇଂଲଣ୍ଡରେ ବୋଲି କୁହାଯାଉଛି । ଫଟୋ ଦେଖିବା ପରେ ଫ୍ୟାନ୍ କହିଛନ୍ତି ଯେ ଏହି ଅଭିନେତ୍ରୀ ଜଣକ ନିଜ ତଥାକଥିକ ବୟଫ୍ରେଣ୍ଡ କେଏଲ୍ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବର୍ତ୍ତମାନ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ମ୍ୟାଚ୍ ଖେଳିବ, ଯାହା ଜୁନ୍ ୧୮ ତାରିଖରୁ ଆରମ୍ଭ ହେବ । ଏହା ପରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!