ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଚାହେଁ ଶାନ୍ତି ପ୍ରତିଷ୍ଠା । ଯେଉଁଠି ଶାନ୍ତି ପ୍ରତିଷ୍ଠା ହୋଇଛି ସେଠାରେ ବିକାଶ ଆପେ ଆପେ ହୋଇଛି । ବିକାଶ କ୍ଷେତ୍ରରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଆଗେଇ ଚାଲିଛି । ଆଗାମୀ ଦିନରେ ବିକାଶକୁ ଦେଖି ବିରୋଧୀ ମାନେ ଛାନିଆ ହେବେ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଲଢ଼େଇ ଜାରି ରହିଛି । ତଥାପି କିଛି କୁଚକ୍ରୀ ବ୍ୟକ୍ତି ଏହାକୁ ପଣ୍ଡ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସମୟ ଆସିବ ସେମାନଙ୍କ ଉଦ୍ୟମ ପଣ୍ଡ ହେବ । ବିଜୁ ଜନତା ଦଳ ସଦାସର୍ବଦା ଲୋକ ମାନଙ୍କର ସେବା କରିବା ପାଇଁ ଆଗେଇ ଆସିଛି । ଯେଉଁ ମାନେ ସେବା ମନୋବୃତ୍ତି ପାଇଁ ରାଜନିତୀକୁ ଆସିବେ ନିଶ୍ଚୟ ସେମାନେ ସଫଳ ହେବେ । ସାରା ଭାରତ ବର୍ଷରେ ଗୋଟିଏ ରାଜ୍ୟ ଓଡିଶା ଯେଉଁଠି ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସଦାସର୍ବଦା କୁହନ୍ତି ଓଡିଶାର ପ୍ରତ୍ୟେକ ଜୀବନ ମୋ ପାଇଁ ମୁଲ୍ୟବାନ । ଏଥି ନିମନ୍ତେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ଆରମ୍ଭ କରିଛନ୍ତି । ଯେଉଁ କାର୍ଡ ମାଧ୍ୟମରେ ଦୈନିକ ଅନେକ ଲୋକ ଉପକୃତ ହେଉଛନ୍ତି । ୫-ଟି ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଧାର ଆସିଛି । କମ୍ କଥା କୁହନ୍ତି ମୁଖ୍ୟମନ୍ତ୍ରୀ । ସେ ସଦାସର୍ବଦା କାମରେ ବିଶ୍ୱାସ କରନ୍ତି । ବହୁ ବିଦେଶ କମ୍ପାନୀ ଆଜି ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିଛନ୍ତି । କ୍ରୀଡା ଜଗତରେ ଓଡିଶା ବୈପ୍ଳବିକ ଆନ୍ଦୋଳନ ଜାରି ରଖିଛି । ନବୀନ ପଟ୍ଟନାୟକ ଯେଉଁଠାରେ ହାତ ଦେଉଛନ୍ତି ତାହା ସୁନା ପାଲଟି ଯାଉଛି । ନୟାଗଡ଼ ନର୍ବିାଚନ ମଣ୍ଡଳୀର ବିକାଶକୁ ଦେଖି ଅନେକ ଜିଲ୍ଲାର ଜନ ପ୍ରତିନିଧି ବିକାଶ କାର୍ଯ୍ୟ ଦେଖିବାକୁ ନୟାଗଡ଼ ଆସୁଛନ୍ତି । ନୟାଗଡ଼ ଜିଲ୍ଲାରେ କୌଣସି ଖଣି ଖାଦନ ନଥିଲେ ମଧ୍ୟ ନୟାଗଡ଼ ଆଜି ବିକଶିତ ହେବାରେ ଲାଗିଛି । ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟବାଦ ଦେବା । ପ୍ରତ୍ୟେକ ଘରେ ଘରେ ଶଙ୍ଖ ପହଞ୍ଚିବ । ଆଜି ଏଭଳି ବକ୍ତବ୍ୟ ରଖିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁର ୨ ନଂ ଜୋନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି ଡ. ସାହୁ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ଉକ୍ତ ଜୋନର ସମସ୍ତ ଜନପ୍ରତିନିଧି ମାନେ ସାମିଲ ହୋଇଥିଲେ ।





