Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର ବଜାସାଲ ନୃତ୍ୟଦଳ

by ସଞ୍ଜୟ ସ୍ୱାଇଁ
February 21, 2021
in Feature News
ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର ବଜାସାଲ ନୃତ୍ୟଦଳ
74
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳିତ ବର୍ଷର ପ୍ରଥମ ‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଚଳିତ ବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଥିବା କଳାହାଣ୍ଡିର ବଜାସାଲ ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କଳା, ସଂସ୍କୃତିକୁ ପ୍ରମୁଖତାର ଏକ ସଂଚାଳନ କରି ବିଭାଗକୁ ଚଳଚଞ୍ଚଳ କରାଯାଇଥିବା, ସମସ୍ତ ପୁରସ୍କାର, ସମ୍ମାନକୁ ପ୍ରଦାନ କରାଯାଇଥିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଆଗାମୀ ଦିନରେ ଏହି ବିଭାଗ ସରକାରଙ୍କ ମୁଖଶାଳା ଭାବେ ପ୍ରତିପାଦିତ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ ଯେ କଳାହାଣ୍ଡି ଆଜି ଏକ ଭିନ୍ନ ରୂପରେ ବିକାଶର ନୂତନ ସୋପାନରେ ଉପନୀତ । ଯଦି କେହି ବିକାଶର ପଦଚିହ୍ନ ଦେଖିବାକୁ ଚାହୁଁଛନ୍ତି ସେ ଥରେ କଳାହାଣ୍ଡି ଆସି ବୁଲିଯିବାକୁ ସେ କହିଥିଲେ । ସେ ନିକଟରେ ନୂଆଦିଲ୍ଲୀର ଜନରାଜ୍ୟ ଦିବସ ପ୍ୟାରେଡ୍‌ରେ ଭାଗନେଇଥିବା କଳାହାଣ୍ଡିର ‘ବଜାସାଲ୍‌’ ନୃତଦଳକୁ ତାଙ୍କର ଚିତ୍ତାକର୍ଷକ ପରିବେଷଣ ପାଇଁ ବଧେଇ ଜଣାଇଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟରେ ୪୨୦ଟି ଲୋକକଳା ରହିଥିବାବେଳେ ଏଥିରେ ସଂପୃକ୍ତ କଳାକାରମାନଙ୍କ ଜୀବନଜୀବିକାକୁ ବଞ୍ଚାଇ ରଖିବାର ଦାୟିତ୍ୱ ଏହି ବିଭାଗର ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ କୋଭିଡ୍‌ ମହାମାରୀ ପରେ ଆଜି ଚଳିତ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହେଉଥିବା ଦର୍ଶାଇ ଏହା ପ୍ରତି ମାସ ୨୦ ତାରିଖରେ ପୂର୍ବପରି ଗୋଟିଏ ଗୋଟିଏ ଲୋକକଳାକୁ ନେଇ ଆୟୋଜିତ ହେବ ବୋଲି କହିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ଅତିଥି କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ମଞ୍ଚରେ କଳାହାଣ୍ଡିର ବଜାସାଲର ଭବ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ବଲାଙ୍ଗୀରରୁ ଆସିଥିବା ଦୁଲ୍‌ଦୁଲି ପରିବେଷଣ କରାଯାଇଥିଲା ଏବଂ ଦୁଲିଦୁଲିର ଟିମ୍‌ ଲିଡର ପାଣିନା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅପରାହ@ରେ କଳାକାରମାନଙ୍କୁ ନେଇ ଏକ ଚିତ୍ତାକର୍ଷକ ସାଂସ୍କୃତିକ ଶୋଭାଯାତ୍ରା ରବୀନ୍ଦ୍ରମଣ୍ଡପଠାରୁ ବାହାରି ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । କାର୍ଯ୍ୟକ୍ରମକୁ ଶ୍ରୀ ଅବନୀ କୁମାର ମିଶ୍ର ଓ ସୁଶ୍ରୀ ଗୁzି ସଂଯୋଜନା କରିଥିବାବେଳେ ଅତିରିକ୍ତ ସଚିବ ଡ. ରାମକୃଷ୍ଣ ସାହୁ ଓ ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ, ରାଜ୍ୟ ସଂସ୍କୃତି ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!