Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରିତୀ ପଡିଲା ମହଙ୍ଗା, ବିବାହିତ ସ୍ତ୍ରୀକୁ ଭେଟିବାକୁ ଆସି ବନ୍ଧା ହେଲେ ଯୁବକ

by ସଞ୍ଜୟ ସ୍ୱାଇଁ
August 23, 2023
in Crime, State
ପରକୀୟା ପ୍ରିତୀ ପଡିଲା ମହଙ୍ଗା, ବିବାହିତ ସ୍ତ୍ରୀକୁ ଭେଟିବାକୁ ଆସି ବନ୍ଧା ହେଲେ ଯୁବକ
277
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ପରକିଆ ପ୍ରୀତି ପଡିଲା ମହଙ୍ଗା । ରାତି ଅଧିଆ ବିବାହିତ ସ୍ତ୍ରୀକୁ ଭେଟିବାକୁ ଆସି ବନ୍ଧା ହେଲେ ଯୁବକ । ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ବେନ୍ଦ୍ରା ଗାଁରେ ଘଟିଛି ଏଭଳି ଘଟଣା । ଦୀର୍ଘ ଘଣ୍ଟାର କସରତ ପରେ ଉଦ୍ଧାର କଲା ପୋଲିସ । ତେବେ ଲୋଇସିଂହା ବେନ୍ଦ୍ରାର ଯୋଗେଶ୍ୱର ସୁନାଙ୍କ ଘରେ ଏଭଳି ହୋଇଛି । ଯୋଗେଶ୍ୱରଙ୍କ ଘରେ କାଲି ତାଙ୍କ ସ୍ତ୍ରୀ ଓ ଦେଢ଼ବର୍ଷର ଶିଶୁଥିବା ବେଳେ ରାତିରେ ପାଖ ଗାଁର ଚିନ୍ମୟ ମହାକୁର ନାମକ ଜଣେ ଯୁବକ ଘରକୁ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକ ଓ କିଛି ଗ୍ରାମବାସୀ ଖଵର ପାଇ ଶିଶୁକୁ ବାହାରକୁ ଆଣି ଉଭୟଙ୍କୁ ତାଲା ପକାଇ ଦେଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ରାତି ୩ଟାରେ ପୋଲିସ ପହଁଚିବା ପରେ ଲୋକେ ନା କବାଟ ଖୋଲିଥିଲେ, ନା ପୋଲିସକୁ ଖୋଲିବାକୁ ଦେଇଥିଲେ । ଶେଷରେ ପୋଲିସକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ୨ ସେକ୍ସନ ଫୋର୍ସ ପୋଲିସ ମଗାଇ ଗାଁରେ ସକାଳ ୧୧ ଟା ପରେ ଉଭୟଙ୍କୁ ବାହାର କରିବାରେ ସଫଳ ହୋଇଥିଲା । ମହିଳା ଓ ଯୁବକଙ୍କୁ ନେବା ସମୟରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । ତେବେ ମହିଳାଙ୍କୁ ଯୁବକ ସହ ବାହା କରିବା ଦାବି କରି ବାଜା ବଜାଇ ପ୍ରତିବାଦ କରିଥଲେ ଯାହାକୁ ମନା କରିବାରୁ ଏଭଳି ପୋଲିସ ଉଅପରେ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନଥିବା କହିଛନ୍ତି ଏସ୍‌ଡିପିଓ । ସେପଟେ ଉଭୟ ମହିଳା ଓ ଯୁବକକୁ ଲୋଇସିଂହା ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ଛାନଭିନ କରୁଛି ପୋଲିସ । ଘଟଣାର ତଦନ୍ତ ପରେ ଆକନ୍ସ ନେବା ସହ ପୋଲିସ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ଡିପିଓ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!