ଭୁବନେଶ୍ୱର: (ବାଘୁଆବାର୍ତ୍ତା): ଲକଡାଉନ ପାଇଁ ଅନେକ ପରିବାର ପ୍ରଭାବିତ ହୋଇଛି । ଏଥିପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଏନଡିଏ ସରକାର ପ୍ରତି ପରିବାର ପିଛା ୩ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ୩ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ଜଣାପଡିଛି । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଏହି ଘୋଷଣା କରିଛନ୍ତି । ସାରା ଦେଶେରେ କୌଣସି ସରକାର ଏଭଳି କରିବାରେ ପ୍ରଥମ । ନିକଟରେ ପୁଡୁଚେରୀରେ ବିଧାନ ସଭା ନିର୍ବାଚନ ହୋଇଥିଲା । ଏଥିରେ ଶାସନ ଗାଦିରେ ଥିବା କଂଗ୍ରେସକୁ ଆଉଟ କରି ଏନଡିଏ କ୍ଷମତା ଦଖଲ କରିଛି । ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ବିଧାନସଭାର ସଦସ୍ୟ ଭାବରେ ଶପଦ ନେବା ପରେ ଏପରି ଘୋଷଣା କରିଛନ୍ତି । ଯାହାକୁ ନେଇ ପୁଡୁଚେରୀ ସମେତ ସୋଶିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀଙ୍କୁ ଲୋକମାନେ ସାଧୁବାଦ ଜଣାଇଛନ୍ତି ।






