Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକଡାଉନ୍ – ବଦଳିଲା ନିୟମ, ପଢ଼ୁନ୍ତୁ ସରକାରଙ୍କ ନୂଆ ନିୟମ

by ସଞ୍ଜୟ ସ୍ୱାଇଁ
May 18, 2021
in Nayagarh
ରାଜ୍ୟରେ ବଢ଼ିଲା ଲକଡାଉନ ମେ ୩୧ ପର୍ଯ୍ୟନ୍ତ ବଢ଼ିଲା
483
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏ ବାବଦରେ ଘୋଷଣା କରିଛନ୍ତି । ପ୍ରଥମ ଲକ୍‌ଡାଉନ୍‌ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି । ଗତ ୧୫ ଦିନ ହେବ ରାଜ୍ୟରେ ସକି୍ରୟ ରୋଗୀ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହଛି । ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛି । ତଥାପି ରାଜ୍ୟରେ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍‌ ଅବଧି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଲୋକମାନେ ଘରେ ରହିବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତି । ଏହି ଲକ୍‌ଡାଉନ୍‌ରେ ପୂର୍ବରୁ ବଳବତ୍ତର ଥିବା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ସରକାର ସ୍ଥିର କରିଛନ୍ତି । ଦ୍ୱିତୀୟ ଦଫାର ଏହି ଲକ୍‌ଡାଉନ୍‌ରେ ସକାଳ ୬ଟାରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଲୋକମାନଙ୍କୁ କିଣାକିଣି ପାଇଁ ଅନୁମତି ମିଳିବ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କି୍ରୟା ଆଦିରେ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ବିବାହ ପାଇଁ ୫୦ ଜଣଙ୍କୁ ଅନୁମତି ଥିଲା । କିନ୍ତୁ ଏହି ଲକ୍‌ଡାଉନ୍‌ରେ ୫୦ ପରିବର୍ତ୍ତେ କେବଳ ୨୫ ଜଣ ଲୋକ ଭାଗ ନେଇପାରିବେ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟସବୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବ । ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ । ଯେଉଁସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ବଳବତ୍ତର ରହିବ । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!