ଦେଖନ୍ତୁ ଭିଡିଓ
ନୟାଗଡ଼, (ବାଘୁଆବାର୍ତ୍ତା) : କଉତୁକିଆ ହରିଣ ଛୁଆ, ମାଆ ପାଖରେ ହୋଇଛି ଠିଆ । ଛୋଟ ପିଲା ବେଳେ ପାଠ ବହିର ଏହି ଧାଡ଼ି କେବଳ ପାଠରେ ସୀମିତ ରହି ଯାଇଥିବା ବେଳେ ଏହାର ଏବେ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ । ଆସିକା ଅଂଚଳର ଭେଟନଇ ଗ୍ରାମ ଏବଂ ଏହାର ଆଖପାଖ ଅଂଚଳରେ ପ୍ରର୍ଯ୍ୟାପ୍ତ ପରିମାଣର କୃର୍ଷ୍ଣସାର ମୃଗ ରହିଥିବା ବେଳେ କରୋନା ମହାମାରୀ ଲକ୍ଡାଉନ୍ ଏବେ ତାଙ୍କ ପାଇଁ ଆନନ୍ଦ ଆଣି ଦେଇଛନ୍ତି । ହଜାର ହଜାର କୃଷ୍ଣସାର ମୃଗ ନୟାଗଡ଼ ବ୍ରହ୍ମପୁର ରାସ୍ତାରେ ଦେଖିବାକୁ ମିଳୁଛନ୍ତି । ବାଲିପଦର ବୁଗୁଡ଼ା ମଧ୍ୟରେ ଦେଖା ଯାଉଥିବା ଏହି କୃଷ୍ଣସାର ମୃଗଙ୍କ ସମ୍ଭାର ଏବେ ପଥଚାରୀଙ୍କ ମନ ମୋହୁଛି । ହରିଣମାନେ ବେଶ୍ ଆନନ୍ଦରେ ରାସ୍ତା ଏବଂ ରାସ୍ତା କଡ଼ରେ ଖେଳକୁଦ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲକ୍ଡାଉନ୍ ପ୍ରକୃତ୍ତିକୁ ବଦଳେଇ ଦେଇଥିବା ନେଇ ପରିବେଶ ବିଶେଷଜ୍ଞମାନେ ମତ ଦେଉଛନ୍ତି ।





