Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାଙ୍କୁ ନିର୍ଯାତନା ଦେଉଥିଲେ ଲବ ହାଂସଦା

by ସଞ୍ଜୟ ସ୍ୱାଇଁ
May 17, 2025
in Crime, State
ପ୍ରେମିକାଙ୍କୁ ନିର୍ଯାତନା ଦେଉଥିଲେ ଲବ ହାଂସଦା
100
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚର୍ଚ୍ଚିତ ୟୁଟ୍ୟୁବର ଲବ୍ ହାଂସଦା ଏବେ ବିବାଦ ଘେରରେ । ଲବ୍ଙ୍କ ନିର୍ଯାତନା ସହି ନପାରି ତାଙ୍କ ପ୍ରେମୀକା ସାଲମୀ ମୁର୍ମୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ସାଲମୀ ଭାଇଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ଥାନା ପୁଲିସ୍ ଲବଙ୍କ ନାଁରେ ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଭଉଣୀ ମୃତ ପଛରେ ତାଙ୍କର ହାତ ଥିବା ସାଲମୀ ଭାଇ ତାଙ୍କ ଏତଲାରେ ଦର୍ଶାଇଛନ୍ତି । କିଛି ବର୍ଷ ତଳେ ସୋସିଆଲ୍ ମିଡିଆରେ ଲବଙ୍କ ସହ ସାଲମୀଙ୍କ ପରିଚିତ ହୋଇଥିଲା । ସାଲମୀଙ୍କ ଘର ବିହାର ହୋଇଥିବା ବେଳେ ସେ ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ଥାନା ଅଞ୍ଚଳରେ ରହୁଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସାଲମୀ ଏକ ବାଇକର୍ ଗ୍ରୁପ୍ର ସାମିଲ ଥିଲେ । ବାଇକ୍ ଚାଳାଇବା ତାଙ୍କ ନିଶା । ଦୁଇ ମାସ ତଳେ ଲବଙ୍କ ସହ ତାଙ୍କର ନେପାଳରେ ଦେଖା ହୋଇଥିଲା। ତେବେ ଏହି ସମୟରେ ଲବ ଚଞ୍ଚକତା କରି ସାଲମୀଙ୍କ ସୋସିଆଲ୍ ମିଡିଆର ୟୁଜର ଆଇଡି ଏବଂ ପାସ୍ୱାଡ୍ ନେଇ ଯାଇଥିଲେ । ଏକଥା ଜାଣି ନଥିଲେ ସାଲମୀ । ଯଦି କୌଣସି ବ୍ୟକ୍ତି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ସାଲମୀଙ୍କୁ ମେସେଜ୍ କରୁଥିଲେ ତାକୁ ଦେଖୁଥିଲେ ଲବ । ଆଉ ସେହି କଥାକୁ ନେଇ ସାଲମୀଙ୍କୁ ଗାଳି ମନ୍ଦ କରିଥିଲେ । ଦୁଇ ଦିନ ତଳେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଲବ୍ ତାଙ୍କୁ ଅଶ୍ଳୀଳ ଭାଷରେ ଗାଳି କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲେ । ଏମିତି ସାଲମୀର ରଚିତ୍ରସଂହାର କରିଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଲବଙ୍କର ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିଲେ ବୋଲି ସାଲମୀଙ୍କ ଭାଇ କହିଛନ୍ତି । ବେଙ୍ଗାଲୁରୁର ଏଚ୍ଏସଆର ଲେ-ଆଉଟ୍ ପୁଲିସ୍ ଲବଙ୍କ ବିରୋଧରେ ବିଏନ୍ଏସ୍ ଦଫା ୧୦୮ରେ ମାମଲା ରୁଜୁ କରିଥିବା ଜଣାପଡିଛି । ସାଲମୀଙ୍କ ଭାଇ ସୋସିଆଲ୍ ମିଡିଆରେ ଭିଡିଓ ଅପ୍ଲୋଡ କରି କହିଛନ୍ତି, ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସାଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ୱାର ନିର୍ଯାତନା ଦେଇଆସୁଥିଲା ଲବ । ଲବର ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସାଲମୀ ଲବକୁ ଫୋନ୍ କରିଥିଲେ ବୋଲି ସାଲମୀଙ୍କ ଭାଈ କହିଛନ୍ତି । ଭଉଣୀର ମୃତ୍ୟୁ ପାଇଁ ସେ ଲବକୁ ଦାୟୀ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!