Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନୀ ନେତାମାନେ ଆଫଗାନିସ୍ତାନର ୧୫ ରୁ ୪୫ ବର୍ଷ ବର୍ଗର ମହିଳାଙ୍କ ତାଲିକା ମାଗିଛନ୍ତି, ଦାସୀ କରି ରଖିବା ଆଶଙ୍କା

by ସଞ୍ଜୟ ସ୍ୱାଇଁ
August 17, 2021
in WORLD
ତାଲିବାନୀ ନେତାମାନେ ଆଫଗାନିସ୍ତାନର ୧୫ ରୁ ୪୫ ବର୍ଷ ବର୍ଗର ମହିଳାଙ୍କ ତାଲିକା ମାଗିଛନ୍ତି, ଦାସୀ କରି ରଖିବା ଆଶଙ୍କା
364
VIEWS
Share on FacebookShare on Twitter

ଆଫଗାନିସ୍ତାନ, (ବାଘୁଆବାର୍ତ୍ତା): ତାଲିବାନର ଦଖଲ ପରେ ବଢିବାରେ ଲାଗିଛି ଟେନସନ । ଏଣିକି ଏହି ଦେଶରେ ଚାଲିବ ତାଲିବାନୀ ଶାସନ । ଆଫଗାନିସ୍ତାନକୁ ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ତାଲିବାନୀ ଶାସନ ଫେରିବା ପରେ ଏବେ ସବୁଠୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ମହିଳା । କାରଣ ଗତ କିଛି ଦିନ ମଧ୍ୟରେ ତାଲିବାନୀ ନେତାମାନେ ତାଙ୍କର କାରନାମା ଦେଖାଇବା ଆରମ୍ଭ କରି ଦେଇଛନ୍ତି । ପ୍ରାରମ୍ଭିକ ପର୍ୟ୍ୟାୟରେ ତାଲିବାନୀ ନେତାମାନେ ଆଫଗାନିସ୍ତାନର ୧୫ ରୁ ୪୫ ବର୍ଷ ବର୍ଗର ମହିଳାଙ୍କ ତାଲିକା ମାଗିଛନ୍ତି । ଯଦି ଏହି ମହିଳାମାନଙ୍କୁ ତାଲିବାନୀ ଆତଙ୍କୀ ବିବାହ କରାଯାଏ ତେବେ ସେମାନଙ୍କୁ ପାକିସ୍ତାନର ୱଜିରସ୍ତାନ ନିଆଯାଇ ଇସ୍‌ଲାମୀ ତାଲିମ ଦିଆଯିବ । ପରେ ଏହି ମହିଳାମାନଙ୍କୁ ପୁଣି ଥରେ ଯୌନ ଦାସୀ କରି ରଖାଯିବ । ଯାହାକି ତାଲିବାନୀ ଆଇନର କଳା ଅଧ୍ୟାୟ ଲେଖାଯିବ । ମହିଳାଙ୍କୁ ଧରି ପଳାଉଛନ୍ତି ଲୋକେ- ମ୍ୟାକଗିଲ ୟୁନିଭରସିଟି ଟୋରଣ୍ଟୋର ବିଧି ଏବଂ ମାନବାଧିକାରର ଆସୋସିଏଟ୍ ପ୍ରଫେସର ବୃନ୍ଦା ନାରାୟଣଙ୍କ କହିବା ଅନୁଯାୟୀ, କାବୁଲ ପହଞ୍ଚିବା ପୂର୍ବରୁ ତାଲିବାନୀ ନେତାଙ୍କ ଏହି ଆଦେଶ ଆଗକୁ ମହିଳାଙ୍କ ଉପରେ ନିର୍ୟାତନା ହେବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହାଦ୍ଵାରା ଆଫଗାନିସ୍ତାନରେ ପ୍ରତ୍ୟେକ ପରିବାରରେ ଆତଙ୍କ ସୃଷ୍ଟି ହୋଇଛି । ଏହି କାରଣ ପାଇଁ ଗତ ୩ ମାସ ମଧ୍ୟରେ ପ୍ରାୟ ୯ ଲକ୍ଷ ପରିବାର ବିସ୍ଥାପିତ ହୋଇଛନ୍ତି । ଘରର ଝିଅ-ବୋହୂଙ୍କୁ ନେଇ ପରିବାର ଲୋକ ଦେଶ ଛାଡି ପଳାୟନ କରୁଛନ୍ତି । ମନେପଡୁଛି ୧୯୯୬ର ଭୟାବହ ଅତ୍ୟାଚାର- ତାଲିବାନର ଏହି ବର୍ବରତା ପରେ ଆଗାମୀ ଦିନରେ ଆଫଗାନିସ୍ତାନର ଭବିଷ୍ୟତ କଣ ହେବ ତାହା ସ୍ପଷ୍ଟ ରୂପରେ ଜଣା ପଡୁଛି । ୧୯୯୬-୨୦୦୧ ମଧ୍ୟରେ ହୋଇଥିବା ତାଲିବାନୀ ଶାସନ ପୁଣି ଥରେ ଲୋକମାନଙ୍କୁ ଜଳଜଳ କରି ଦେଖାଯାଉଛି । ସେହି ସମୟରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ମହିଳାମାନଙ୍କୁ ଶିକ୍ଷା, ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଠାରୁ ଦୂରରେ ରଖାଯାଉଥିଲା । ବିନା ପୁରୁଷ ସାଥୀରେ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଉଥିଲା । ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯାଉଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!