ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ମିଳୁଛି ମାଗଣା ମଦ । ଯିଏ ଯିବ ପିଇକି ଆସିବ । ମଦ ସହିତ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । କିଛି ଜୁଆ ମାଫିଆ ଥାନା ଅଧିକାରୀଙ୍କ ବଦଳି ପରେ ଏବେ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଦେଶୀ ଓ ବିଦେଶୀ ମଦ ସହିତ ଜୁଆ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ସୂଚନାନୁସାରେ, ଇଟାମାଟି ଅଞ୍ଚଳରେ ବ୍ୟାପକ ଜୁଆ ଖେଳ ଚାଲିଥିବା ବେଳେ ପୂର୍ବତନ ଥାନା ଅଧିକାରୀ ଏହାକୁ ରୋକ ଲଗାଇବାରେ ସଫଳ ହୋଇଥିଲେ । ଥାନା ଅଧିକାରୀଙ୍କ ବଦଳି ପରେ ଏବେ ପୁଣି ଥରେ ଜୁଆ ପାଲି ପଡ଼ିବା ଆରମ୍ଭ ହୋଇଛି । ଖେଳ ବନ୍ଦ କରି ଦେଇଥିବା ଜୁଆଡ଼ିମାନେ ଏବେ କାରନାମା ଆରମ୍ଭ କରିଛନ୍ତି । ଜୁଆ ଖେଳିବାକୁ ଆସୁଥିବା ଲୋକଙ୍କ ପାଇଁ ଏହି ମଦ ବ୍ୟବସ୍ଥା କରାଯାଇଛି । ଏହାକୁ ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।






